କବାଟବନ୍ଧ: ପାଣିପାଇଁ ପ୍ରକଳ୍ପ ଆଗରେ ମହିଳାଙ୍କ ଧାରଣା

କବାଟବନ୍ଧ: ପାଣିପାଇଁ ପ୍ରକଳ୍ପ ଆଗରେ ମହିଳାଙ୍କ ଧାରଣା

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ଅଣ୍ଟିଆ ପଞ୍ଚାୟତ ପଛିକୁଣ୍ତ ଗ୍ରାମରେ ଉତ୍କଟ ପାନୀୟ ଜଳ ସଂକଟ ସୃଷ୍ଟି ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଗାଁର କୂଅ, ପୋଖରୀ ଶୁଖିଯାଇଛି। ଲୋକଙ୍କୁ ପିଇବା ପାଣି ମିଳୁନଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଏହାର ପ୍ରତିବାଦରେ ଆଜି ଗ୍ରାମର ଶତାଧିକ ମହିଳା ଅଣ୍ଟିଆ ଉପ୍ରା ବିଦ୍ୟାଳୟ ନିକଟରେ ଥିବା ଏକ ଜଳଯୋଗାଣ ପ୍ରକଳ୍ପ ଆଗରେ ଗରା, ବାଲ୍‌ଟି ଧରି ଧାରଣା ଦେବା ସହ ପ୍ରକଳ୍ପରେ ତାଲା ପକାଇ ଦେଇଥିଲେ।

ପ୍ରକଳ୍ପ ଥାଇ ମଧ୍ୟ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜ୍ୟୋସ୍ନା ମଲିକ, ରୀନା ମଲିକ, ରମି ଦଳେଇ, ଜ୍ୟୋସ୍ନାରାଣୀ ଦଳାଇ, ଗେଡ଼ି ଦଳାଇ, ସୁମ ଦଳାଇ, ମୀରା ଦଳାଇ, ତିଳୋତମା ଦଳାଇ, ଚ‌ଳି ଦଳାଇ, ମାନସ ମଲିକ, ନନ୍ଦ କିଶୋର ମଲିକ, ଗିଲ ଦଳାଇ, ବୁଦ୍ଧି ଦଳାଇ, ଅଙ୍କୁର ଦଳାଇ ଓ କାର୍ତ୍ତିକ ଦଳାଇଙ୍କ ସମେତ ଶତାଧିକ ଲୋକ ଏହି ଜଳଯୋଗାଣ ପ୍ରକଳ୍ପ ଆଗରେ ଦୀର୍ଘ ୪ ଘଣ୍ଟା ଧରି ଧାରଣା ଦେଇଥିଲେ। ପ୍ରକଳ୍ପରେ ତାଲା ପକାଇ ଦେଇଥିଲେ। ବିଭାଗୀୟ ଅଧିକାରୀଙ୍କ ନି‌ର୍ଦେଶରେ ଜନୈକ ଠିକାଦାର ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ସହ ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆନ୍ଦୋଳନ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe