ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ମହିଳା ମହାସଂଘର ବିରୋଧ : ୬ ଘଣ୍ଟା ଅଟକ ରହିଲେ ପୁଲିସ

Advertisment
ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ମହିଳା ମହାସଂଘର ବିରୋଧ : ୬ ଘଣ୍ଟା ଅଟକ ରହିଲେ ପୁଲିସ

ବେଗୁନିଆ : ବେଗୁନିଆ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟାସ୍ବରୂପ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗ୍ରାମର ମହିଳାମାନେ ବିଶ୍ବରୂପ ଦେଖାଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ପୁଲିସ ଗାଡ଼ି ସହ କର୍ମଚାରୀମାନଙ୍କୁ ତାଲା ପକାଇ ଦୀର୍ଘ ୬ ଘଣ୍ଟା କାଳ ଅଟକ ରଖିବା ସହ ରାସ୍ତାରୋକ କରିଥିଲେ। ଖବର ପାଇ ବେଗୁନିଆ ତହସିଲଦାରଙ୍କ ସମେତ ଉଚ୍ଚ ପୁଲିସ ଅଧିକାରୀ ସଦଳବଳ ପହଞ୍ଚି ଆଲୋଚନା କରିବା ପରେ ଅଟକ ଥିବା ପୁଲିସ କର୍ମଚାରୀମାନେ ମୁକୁଳିଥିଲେ।

ସୂଚନାନୁଯାୟୀ, ଗତ ସେପ୍ଟେମ୍ବର ୧୨ ତାରିଖରେ ପରିଛଳ ଗ୍ରାମର ସାରଙ୍ଗଧର ସାହୁଙ୍କ ପୁଅ ସରୋଜ କୁମାର(୧୭)ଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରି ଶବକୁ ଘର ଫ୍ୟାନରେ କେହି ଝୁଲାଇଦେଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟଏ ସରୋଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଥିବା ପରିବାର ଲୋକେ କହୁଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବସିପଡ଼ିଛି। ଦୀର୍ଘ ତିନିମାସ ପରେ ମଧ୍ୟ ଘଟଣାର ପର୍ଦ୍ଦାଫାସ ହୋଇପାରିନି। ପୁଲିସର ଏପରି ଉଦାସୀନତାକୁ ବିରୋଧ କରି ଆଜି ମହିଳା ମହାସଂଘର ପ୍ରାୟ ୪୦୦ ରୁ ଅଧିକ ମହିଳା ଜିଲ୍ଲାପାଳଙ୍କୁ ଦେଖା କରି ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକତ୍ରିତ ହୋଇଥିଲେ। ତେବେ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ବେଗୁନିଆ ଥାନାଧିକାରୀ ରଶ୍ମିରଞ୍ଜନ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହିଳାମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ନେବାକୁ ଥିବା ବସର ଚାଳକଙ୍କୁ ପୁଲିସ ବିଭିନ୍ନ ପ୍ରକାର ଧମକଚମକ ଦେବା ସହ ଗାଡ଼ିର ଚାବି ଛଡ଼ାଇ ନେଇ ଚାଳକଙ୍କୁ ବିଦା କରିଦେଇଥିଲେ। ଏଥିରେ ମହିଳାମାନେ ଉତ୍ତ୍ୟକ୍ତ ହୋଇ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଥାନାଧିକାରୀ ଶ୍ରୀ ସାହୁଙ୍କୁ ଘେରିଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଭିତରେ ପୁଲିସ ଗାଡ଼ି ସହ କର୍ମଚାରୀମାନଙ୍କୁ ଅଟକ ରଖି ଦୁଇଟି ଯାକ ଫାଟକରେ ତାଲା ପକାଇ ଦେଇଥିଲେ। ଏଥି ସହିତ ଟାୟାର ଜାଳି ପରିଛଳ-ଜଙ୍କିଆ ରାସ୍ତାକୁ ଅବରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe