ପାନୀୟ ଜଳ ପାଇଁ ପଞ୍ଚାୟତ ଅଫିସ୍‌ ଆଗରେ ମହିଳାଙ୍କ ଗଣଧାରଣା

ପାନୀୟ ଜଳ ପାଇଁ ପଞ୍ଚାୟତ ଅଫିସ୍‌ ଆଗରେ ମହିଳାଙ୍କ ଗଣଧାରଣା

ହରଭଙ୍ଗା : ପାନୀୟ ଜଳ ଯୋଗାଣ ଦାବିରେ ବୁଧବାର ବାମଣ୍ଡା ଗ୍ରାମର ମହିଳାମାନେ ୫ ଘଣ୍ଟା ଧରି ବାମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ମାତ୍ର ସ୍ଥାନୀୟ ସରପଞ୍ଚ, ପିଇଓ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ କୌଣସି ଅଧିକାରୀ ସେଠାକୁ ନଯିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ମହିଳାମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଗତ ୩ ବର୍ଷ ହେଲା ନିର୍ମାଣାଧୀନ ଥିବା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ନହୋଇ ଅଧପନ୍ତରିଆ ଭାବେ ପଡ଼ିରହିଛି। ଅନ୍ୟପଟେ ଗ୍ରାମର ଅଚଳ ହୋଇ ପଡ଼ି ରହିଥିବା ୩ଟି ନଳକୂଅର ମରାମତି ହେଉ ନାହିଁ। ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ପାନୀୟ ପାଣି ପାଇଁ ଗ୍ରାମରେ ବସବାସ କରୁଥିବା ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ମହିଳାମାନେ ଆଜି ଗଣଧାରଣା ଦେଇଥିଲେ।

୫ ଘଣ୍ଟା ଧରି ଧାରଣା ଦେବା ପରେ ବି ସ୍ଥାନୀୟ ସରପଞ୍ଚ, ପିଇଓ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ନ ଆସିବାରୁ ସେମାନଙ୍କ ଇସ୍ତଫା ଦେବାକୁ ଦାବି କରି ସ୍ଲୋଗାନ ଦେଇଥିଲେ। ପରେ ସେମାନେ ଧାରଣରୁ ଓହରି ଅଳ୍ପ ଦିନ ମଧ୍ୟରେ ରାଜରାସ୍ତା ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe