ମହିଳାଙ୍କ ଆତ୍ମହତ୍ୟା, ଦୁଇ ବର୍ଷ ତଳେ ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା

ବିଷପାନ କରି ମା’-ଝିଅଙ୍କ ମୃତ୍ୟୁ, ଗୁରୁତର ନାବାଳକକୁ ଡାକ୍ତରଖାନାରେ ଭର୍ତ୍ତି

The Financial Express

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ଆତ୍ମହତ୍ୟା ବଢ଼ି ଚାଲିଥିବା ବେଳେ ରାଜଧାନୀ ଉପକଣ୍ଠ ନହରକଣ୍ଟାରେ ଆଜି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ, ସସ୍ମିତା ନନ୍ଦ। ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ପୁଲିସ ସୂଚନା ଅନୁସାରେ, ସସ୍ମିତା ଆଜି ସକାଳେ ନ ଉଠିବାରୁ ପରିବାରଲୋକ କବାଟ ବାଡ଼େଇଥିଲେ। ଉତ୍ତର ନ ମିଳିବାରୁ କବାଟ ଭାଙ୍ଗିବା ପରେ ସସ୍ମିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ମଞ୍ଚେଶ୍ବର ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପ୍ରାୟ ଦୁଇ ବର୍ଷେ ତଳେ ସସ୍ମିତାଙ୍କ ସ୍ବାମୀ ଆଶିଷ ପ୍ରଧାନଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ଧରି ସସ୍ମିତା ମାନସିକ ଅବସାଦରେ ରହୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe