Adobe Stock
ଥୁଆମୂଳ ରାମପୁର: ଆଉ ଦୁଇ ଦିନ ପରେ ଥିଲା ବିବାହ। ଝିଅ ବାହାଘର ନେଇ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଯୁବତୀ ଜଣକ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା କାଠକୁରା ଗାଁରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ଯୁବତୀ ଜଣକ ଗ୍ରାମର କେଶବ ମାଝୀଙ୍କ ଝିଅ ବେଲମତୀ (୧୮) ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ବେଲମତୀଙ୍କ ବିବାହ ଯେତିକି ପାଖେଇ ଆସୁଥିଲା ସେ ସେତିକି ମାନସିକ ଅସ୍ଥିରତା ମଧ୍ୟରେ ରହୁଥିଲେ। ବୁଧବାର ସକାଳେ କୌଣସି କାରଣ ଯୋଗୁଁ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଥୁଆମୂଳ ରାମପୁର ପୁଲିସ୍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଏଥିସହ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
Follow Us