ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଆଶଙ୍କା : ପରୀକୁ ବଳି ଦିଆଯାଇଛି!

ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଆଶଙ୍କା : ପରୀକୁ ବଳି ଦିଆଯାଇଛି!

wcdodisha.gov.in

ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ମାମଲାର ତନାଘନା କରୁଥିବା ବେଳେ ତା’କୁ ବଳି ପାଇଁ ହତ୍ୟା କରାଯାଇଥାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ପରୀ ହତ୍ୟାକାଣ୍ଡରେ ଜବତ ହୋଇଥିବା କଙ୍କାଳକୁ ଦେଖିଲେ ଅନେକ କଥା ମନକୁ ଆସୁଛି। ୧୦ ଦିନ ଭିତରେ ଶବ ଏଭଳି ପଚିବ ନାହିଁ। ଦୁଷ୍କର୍ମ ପରେ ହତ୍ୟା କିମ୍ବା ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଏଭଳି କରାଯାଇ ଥାଇପାରେ। ତା’ ଛଡ଼ା ଆଉ ଏକ ବଡ଼ ଆଶଙ୍କା ହେଉଛି ବଳି।

ବଳି ପାଇଁ ଏଭଳି ହତ୍ୟା କରାଯାଇ ଥାଇ ପାରେ। ଯେଉଁ କିଡ୍‌ନି ରୢାକେଟ୍‌ କଥା ଉଠୁଛି ତାହା ବିଶ୍ବାସଯୋଗ୍ୟ ନୁହେଁ, କେହି ଏଭଳି କଲେ ମୃତଦେହ ଏହି ଅଞ୍ଚଳରେ ପକାଇବ ନାହିଁ। ଏହି ଅଞ୍ଚଳରେ ଅନ୍ଧବିଶ୍ବାସ ଥିବାରୁ ଏହାକୁ ବଳି ବୋଲି ଆଶଙ୍କା କରାଯାଉଛି। ଏଭଳି ହୋଇଥିଲେ ଏହା ନିଶ୍ଚିତ ଭାବେ ଏକ ସାଂଘାତିକ କଥା। ଏହି ମର୍ମରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତା’ ଛଡ଼ା ନୟାଗଡ଼ ଏସ୍‌ପି, ଏସ୍‌ଆଇଟିକୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ‌ ବାଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe