ଅନୁଗୁଳ ମହିଳା ମହାବିଦ୍ୟାଳୟ : ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପ‌ାଠପଢ଼ା

Advertisment
ଅନୁଗୁଳ ମହିଳା ମହାବିଦ୍ୟାଳୟ : ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପ‌ାଠପଢ଼ା

ଅନୁଗୁଳ : ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ଅନୁଗୁଳ ମହିଳା ମହାବିଦ୍ୟାଳୟ। ମଂଜୁରିପ୍ରାପ୍ତ ପଦ ତୁଳନାରେ ଯଥେଷ୍ଟ କମ୍‌ସଂଖ୍ୟକ ଅଧ୍ୟାପକ ଥିବାରୁ ମହାବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ଅତିଥି ଅଧ୍ୟାପକଙ୍କ ଦ୍ବାରା କାମ ଚଳାଉଥିବା ଜଣାପଡ଼ିଛି। ଫଳରେ ଆଶାନୁରୂପ ପାଠପଢା ହୋଇପାରୁ ନଥିବା କୁହାଯାଉଛି।

ସୂଚନା ଅନୁସାରେ, ଅନୁଗୁଳ ମହିଳା ମହାବିଦ୍ୟାଳୟରେ ମୋଟ ୨୯ଟି ମଂଜୁରିପ୍ରାପ୍ତ ଅଧ୍ୟାପକ ପଦ ରହିଥିବା ବେଳେ ସେଥିରୁ ରେଗୁଲାର ଅଧ୍ୟାପକ ୨୨ ଜଣ ଓ ଜଣେ ଭାରପ୍ରାପ୍ତ ଅଧ୍ୟାପିକା ଅଛନ୍ତି। ଅବଶିଷ୍ଟ ୬ ଜଣ ଅଧ୍ୟାପକ ଅବସର ନେବା ପରଠାରୁ ଆଉ କୌଣସି ଅଧ୍ୟାପକ ନିଯୁକ୍ତି ଦିଆଯାଉନାହିଁ। ଫଳରେ କଲେଜ କର୍ତୃପକ୍ଷ ବାଧ୍ୟହୋଇ ୨୩ ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦେଇ ଅଧ୍ୟାପନା କାର୍ଯ୍ୟ ତୁଲାଉଛନ୍ତି। କଲେଜରେ ମାତୃଭାଷାରେ ୪ ଜଣ ରେଗୁଲାର ଅଧ୍ୟାପକ ରହିବା ବ୍ୟବସ୍ଥା ରହିଥିବା ବେଳେ ଜଣେ ମାତ୍ର ରେଗୁଲାର ଅଧ୍ୟାପକ ଅଛନ୍ତି। ଅନ୍ୟ ୩ଟି ପଦ ଖାଲି ପଡ଼ିଛି। ଇଂରାଜୀରେ ୩ ଜଣ ଅଧ୍ୟାପକଙ୍କ ଆବଶ୍ୟକତା ଥିଲା ବେଳେ ୨ ଜଣ ଅଛନ୍ତି ଓ ଗୋଟିଏ ପଦ ଖାଲି ପଡ଼ିଛି। ଫଳରେ ଅତିଥି ଅଧ୍ୟାପକଙ୍କ ଭରସାରେ ଛାତ୍ରୀମାନଙ୍କ ପ‌ାଠପଢ଼ା ଚାଲିଛି।

ସେହିଭଳି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶାସ୍ତ୍ର, ତର୍କଶାସ୍ତ୍ର, ଶିକ୍ଷା ଓ ମନୋବିଜ୍ଞାନ ବିଭାଗଗୁଡିକରେ ଜଣେ ଲେଖାଏଁ ରେଗୁଲାର ଅଧ୍ୟାପକ ରହିଥିବା ବେଳେ ୨ ଜଣ ଲେଖାଏଁ ଅତିଥି ଅଧ୍ୟାପକଙ୍କୁ ନେଇ ପାଠପଢା ଚାଲିଛି। ଏହାଛଡ଼ା ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ଇତିହାସ, ଗୃହ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗଗୁଡ଼ିକ ଜଣେ ଲେଖାଏଁ ଅତିଥି ଅଧ୍ୟାପକ ଭରସାରେ ଚାଲିଛି। କ‌ଲେଜ ଡେଭଲପମେଣ୍ଟ ଫଣ୍ଡରୁ ଅତିଥି ଅଧ୍ୟାପକମାନଙ୍କୁ ମାସିକ ସ୍ବଳ୍ପ ବେତନ ଦେଇ ନିଯୁକ୍ତି ଦିଆଯାଉଛି। ଅନ୍ୟପକ୍ଷରେ ଏହି ଅତିଥି ଅଧ୍ୟାପକମାନଙ୍କ ଉପରେ ପାଠପଢା ଦାୟିତ୍ବ ନ୍ୟସ୍ତ କରିଦେଇ କେତେକ ରେଗୁଲାର୍ ଅଧ୍ୟାପକ ନିଜ ଦାୟିତ୍ବ ସଠିକ୍‌ ନିର୍ବାହ କରୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe