ମହିଳା କମିସନ ହେଉଛି ମହିଳାଙ୍କ ବାପ ଘର: ଦାୟିତ୍ଵ ଗ୍ରହଣ କରି କହିଲେ ଶୋଭନା ମହାନ୍ତି

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟାମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା କମିସନ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି....

Women's Commission is the fatherland of women: Shobhana Mohanty said while accepting the responsibility

Women's Commission is the fatherland of women: Shobhana Mohanty said while accepting the responsibility Photograph: (sambad.in)

ଭୁବନେଶ୍ବର: ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି।  ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟାମାନେ ମଧ୍ୟ ନିଜ ନିଜ  ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା କମିସନ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ଦାୟିତ୍ବ ନେବା ପରେ ଶୋଭନା ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି।

ମୁଁ ପେସାରେ ଜଣେ ଓକିଲ। ଯାହା ମୋ ତଦନ୍ତ ପରିସରକୁ ଆସିବ ସେସବୁକୁ ନ୍ୟାୟ ଦେବା ପାଇଁ ମୋର  ଉଦ୍ୟମ ରହିବ। କମିସନଙ୍କ ଉପରେ କୌଣସି ଚାପ ରହିବ ନାହିଁ। ସମସ୍ତଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ କରାଯିବ। ମହିଳା କମିସନ ହେଉଛି ମହିଳାଙ୍କ ବାପ ଘର। ଯିଏ ଦୋଷୀ ସେ ଦଣ୍ଡ ପାଇବ। 


ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି। ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।  ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବା ସହ ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି ବୋଲି ସେ କହିଛନ୍ତି । 

Shobhana Mohanty | Odisha Women’s Commission Chairperson

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe