Women's Commission is the fatherland of women: Shobhana Mohanty said while accepting the responsibility Photograph: (sambad.in)
ଭୁବନେଶ୍ବର: ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟାମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା କମିସନ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି। ଦାୟିତ୍ବ ନେବା ପରେ ଶୋଭନା ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି।
ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି। ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବା ସହ ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି ବୋଲି ସେ କହିଛନ୍ତି ।
Shobhana Mohanty | Odisha Women’s Commission Chairperson
Follow Us