ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ପ୍ରସଙ୍ଗ: ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

Advertisment

ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ସରକାର ବରଖାସ୍ତ କରିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଏ ନେଇ ବବିତା ସ୍ବାଇଁ, ସ୍ବର୍ଣ୍ଣଲତା ସାମଲ ଓ ଅନ୍ୟ ସଦସ୍ୟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଛନ୍ତି।

ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ସରକାର ବରଖାସ୍ତ କରିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଏ ନେଇ ବବିତା ସ୍ବାଇଁ, ସ୍ବର୍ଣ୍ଣଲତା ସାମଲ ଓ ଅନ୍ୟ ସଦସ୍ୟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଛନ୍ତି।

fdfhfhth

କଟକ: ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ସରକାର ବରଖାସ୍ତ କରିବା ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି। ଏ ନେଇ ବବିତା ସ୍ବାଇଁ, ସ୍ବର୍ଣ୍ଣଲତା ସାମଲ ଓ ଅନ୍ୟ ସଦସ୍ୟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୨୪, ନଭେମ୍ବର ୯ରେ ସଦସ୍ୟଙ୍କୁ ବରଖାସ୍ତ ନେଇ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ସବୁ ମାମଲା ରୁଜୁ ହୋଇଛି। ସମସ୍ତ ମାମଲାରେ ନଭେମ୍ବର ୯ର ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି। 

ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କୁ ମହିଳା କମିସନ ସଦସ୍ୟ ଭାବେ ୨୦୨୩ ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୨ ମାର୍ଚ୍ଚ ୩୧ରେ ମହିଳା କମିସନଙ୍କ ନିକଟରେ ୫୦୧୭ ବିଚାରାଧୀନ ମାମଲା ରହିଥିଲା। ଦୁଇ ବର୍ଷ ଭିତରେ ୪୧୯୭ ନୂଆ ମାମଲା ରୁଜୁ ହୋଇଥିବା ବେଳେ କମିସନ ୬୪୦୫ଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ୨୭୫୯ଟି ବିଚାରାଧୀନ ମାମଲା ରହିଥିଲା। ମହିଳା କମିସନ ସଦସ୍ୟ ଭାବେ କାର୍ଯ୍ୟକାଳ ଭିତରେ ଆବେଦନକାରୀ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ତାଲିମ ଶିବିର, ସେମିନାର, ୱାର୍କସପ୍, ଜେଲ, ଡାକ୍ତରଖାନା ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ୨୦୨୪ ଅକ୍ଟୋବର ୨୮ରେ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆବେଦନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ମାମଲା ଫଏସଲା ଓ କ୍ୟାମ୍ପ କୋର୍ଟ ଆୟୋଜନ କ୍ଷେତ୍ରରେ ପ୍ରଦର୍ଶନ ସନ୍ତୋଷଜନକ ନଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା। ୨୯ ତାରିଖରେ ଆବେଦନକାରୀ ଏହାର ଉତ୍ତର ରଖି ଏ ସଂପର୍କିତ ନଥିପତ୍ର ପ୍ରଦାନ ପାଇଁ ଅନୁରୋଧ କରିଥିବା ବେଳେ ପୁଣି ସେହିଦିନ ଆଉ ଏକ କାରଣ ଦର୍ଶାଅ ନୋଟିସ୍ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଥିଲା। ନଭେମ୍ବର ୧ରେ ଆବେଦନକାରୀ ଉତ୍ତର ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନଭେମ୍ବର ୯ରେ ଆବେଦନକାରୀ ସଦସ୍ୟଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। ପକ୍ଷ ରଖିବାକୁ ସୁଯୋଗ ନ ଦେଇ ବରଖାସ୍ତ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ବରଖାସ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ନଭେମ୍ବର ୯ର ନିର୍ଦ୍ଦେଶ ସହ କାରଣ ଦର୍ଶାଅ ନୋଟିସ୍ ଗୁଡ଼ିକ ରଦ୍ଦ କରାଯାଉ। ଏଥି ସହିତ ମହିଳା କମିସନ ସଦସ୍ୟ ଭାବେ ପୁଣି ଆବେଦନକାରୀଙ୍କୁ ଅବସ୍ଥାପିତ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ନଭେମ୍ବର ୯ର ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି ପାଇଁ ଆବେଦନକାରୀଙ୍କ ତରଫରୁ ଅନ୍ତରୀଣ ଆବେଦନ ମଧ୍ୟ ଦାୟର ହୋଇଛି। ଗୁରୁବାର ଏହି ମାମଲା ଗୁଡ଼ିକର ହାଇକୋର୍ଟରେ ଏକତ୍ର ଶୁଣାଣି ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe