କଣ୍ଠଶିଳ୍ପୀ ଉମାକାନ୍ତଙ୍କ ବିରୋଧରେ ମହିଳା କମିସନଙ୍କ ଦ୍ବାରସ୍ଥ ହେଲେ ମହିଳା

Advertisment

ଟାଉନକଂ‌ଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଟାଉନକଂ‌ଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

କଣ୍ଠଶିଳ୍ପୀ ଉମାକାନ୍ତଙ୍କ ବିରୋଧରେ ମହିଳା କମିସନଙ୍କ ଦ୍ବାରସ୍ଥ ହେଲେ ମହିଳା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଳାର ମହିଳା ଓ ଝିଅଙ୍କ ସମ୍ମାନହାନି କରିବା ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇ ସଂଗୀତ ନିର୍ମାଣ କରିବା ଘଟଣାକୁ ନେଇ ଗୁରୁବାର ସହରର ୬ଟି ସଂଗଠନ ପକ୍ଷରୁ ଏତଲା ଦିଆଯାଇଥିଲା। ଶୁକ୍ରବାର ଏହି ୬ଟି ଯାକ ମହିଳା ସଂଗଠନ ପକ୍ଷରୁ ମିଳିତ ଭାବେ ରାଜ୍ୟ ମହିଳା କମିସନ ନିକଟରେ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅପରପକ୍ଷରେ ଆଜି ଜୟପୁର ନଗରକଂଗ୍ରେସ ପକ୍ଷରୁ ନଗର ସଭାପତି ତଥା  ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମଧ୍ୟ ଟାଉନଥାନାରେ ଉକ୍ତ କଣ୍ଟଶିଳ୍ପୀଙ୍କ ନାଁରେ ଏସପିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁଲିସ ଡିଜି ତୁରନ୍ତ ଘଟଣାର ତଦନ୍ତ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏହାକୁ ଏସଡିପିଓ ଅରୁପ ଅଭିଶେଖ ବେହେରା ଗ୍ରହଣ କରିଛନ୍ତି।

publive-image

ଏଭଳି ଅରୁଚିକର ସଂଗୀତ ପ୍ରସ୍ତୁତ କରିଥିବା ଉକ୍ତ ଗାୟକଙ୍କୁ ଗିରଫ କରିବା ସହ ଯେଉଁ ୟୁ-ଟ୍ୟୁବ୍ ପ୍ଲାଟଫର୍ମରେ ଗୀତ ଅପଲୋଡ଼ କରିଛନ୍ତି ତାହାକୁ ରଦ୍ଧ କରିବା ସହ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।  ଏହାକୁ ନିଜେ ଉପଜିଲ୍ଲାପାଳ ବେଦବର ପ୍ରଧାନ ଗ୍ରହଣ କରିଛନ୍ତି।  ଏହା ଦେବା ସମୟରେ ସଂଜୀବନି ପଣ୍ଡା, ଚିନ୍ମୟୀ ସାହୁ,ସାଗରୀକା ପଟନାୟକ,ସ୍ଵାତି ହୋତା, ଟି ,ଶ୍ରୀଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ, ସାଗରୀକା ମହାପାତ୍ର, ସସ୍ମିତା ମିଶ୍ର, ରଶ୍ମି ପଟ୍ଟନାୟକ, ସରିତା ମିଶ୍ର, ବାସନ୍ତି ଜେନା, ଅପର୍ଣ୍ଣା ସାହୁ, ଶ୍ରୀୟା ପଟନାୟକ, ସୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

publive-image

ଦିନକୁ ଦିନ ମାମଲାଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରପକ୍ଷରେ ଉକ୍ତ କଣ୍ଠଶିଳ୍ପୀ ଜଣକ ସଫେଇ ଦେବା ସହ କୁନ୍ଦୁଲି, ମମିତା‌ ମେହେର ଆଦି ଗଣଦୁଷ୍କର୍ମ ମାମଲା ସମୟରେ ଏହି ସବୁ ମହିଳା ସଂଗଠନ ଓ ମହିଳା କଳାକାରମାନେ କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଓଲଟି ତାଙ୍କ ନିକଟରେ ସେ ଗାଇଥିବା ଗୀତର ପ୍ରମାଣ ଭିଡିଓ ରହିଛି ବୋଲି କହି ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରିବା ପରେ ଧୀରେ ଧୀରେ ମାମଲାକୁ ନେଇ  ମହିଳା ସଂଗଠନ ଗୁଡିକ ପକ୍ଷରୁ ଉକ୍ତ କଣ୍ଠଶିଳ୍ପୀଙ୍କୁ ତୁରନ୍ତ ଗିରଫ କରିବା ଦାବିକୁ ନେଇ ଆନ୍ଦୋଳନ କରିବାକୁ ସଜବାଜ୍ ଆରମ୍ଭ କରିଛନ୍ତି। ମହିଳାଙ୍କୁ ସମ୍ମାନ ଦେଇ ଜାଣି ନଥିବା ବ୍ୟକ୍ତିଙ୍କର ନିଜର ମା, ଭଉଣୀ ନାହାନ୍ତି କି ବୋଲି ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ତୁରନ୍ତ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାଧ୍ୟ ହୋଇ ସେ ସହରର ମହିଳାଙ୍କୁ ନେଇ ଆଇନକୁ ହାତକୁ ନେଇ  ଆ‌ନ୍ଦେନାଳନ କରିବାକୁ ବାଧ୍ୟ  ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe