Advertisment

୨୧ରେ ନବୀନନିବାସ ଘେରିବ ମହିଳା କଂଗ୍ରେସ: ସାମିଲ ହେବେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା

Advertisment
୨୧ରେ ନବୀନନିବାସ ଘେରିବ ମହିଳା କଂଗ୍ରେସ: ସାମିଲ ହେବେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା

ଭୁବନେଶ୍ବର: ଆସନ୍ତା ୨୧ରେ ନବୀନ ନିବାସ ଘେରାଉ କରିବ ପ୍ରଦେଶ ମହିଳା କଂଗ୍ରେସ। ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସରକାରଙ୍କ ଉଦାସୀନତା ନେଇ ଏକ ବଡ଼ ଧରଣର ଆନ୍ଦୋଳନ କରିବ ମହିଳା କଂଗ୍ରେସ। ଏଥିରେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ନବୀନ ସରକାରରେ ରାଜ୍ୟର ମହିଳାମାନେ ଚରମ ଅବହେଳାର ଶିକାର ହୋଇଛନ୍ତି। ଏହାର ପ୍ରତିକାର ପାଇଁ ସରକାର ସଂପୂର୍ଣ୍ଣ ଭାବରେ ଉଦାସୀନ। ରାଜ୍ୟ ସରକାର ମହିଳାଙ୍କୁ କେବଳ ଭୋଟ ସର୍ବସ୍ୱ ରାଜନୀତିର ଏକ ଅଂଶବିଶେଷ ରୂପେ ବିବେଚନ କରୁଥିବାରୁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ଶ୍ରୀମତୀ ବାହିନୀପତି କହିଥିଲେ, ରାଜ୍ୟରେ ପ୍ରତ୍ୟେକ ଦିନ ୭ ଜଣ ମହିଳା ଦୁର୍ଷ୍କମର ଶିକାର ହେଉଛନ୍ତି। ରକ୍ତହୀନତା ଓ ଅପପୃଷ୍ଟିରେ ମହିଳା ଓ ଶିଶୁମାନଙ୍କ ସଂଖ୍ୟା ୬୪% ରୁ ଅଧିକା। ରାଜ୍ୟ ସରକାର ମହିଳାଙ୍କ ସାମଗ୍ରୀକ ବିକାଶ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ନିନ୍ଦନୀୟ। ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ଉତ୍କଟ ଦରବୃଦ୍ଧି ହେତୁ ହାଣ୍ଡିଶାଳ ଉପରେ ହେଉଥିବା କୋରଡ଼ା ମାଡ଼କୁ ନେଇ ସାଧାରଣ ଗୃହିଣୀ ଚିନ୍ତାରେ। ତେଣୁ ମହିଳାଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀମତୀ ବାହିନୀପତି ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe