ମଦ ବିରୋଧରେ ମହିଳା: ଜୀରା ନଦୀ ଆପ୍ରୋଚ୍‌ ରାସ୍ତା ଅବରୋଧ

ମଦ ବିରୋଧରେ ମହିଳା: ଜୀରା ନଦୀ ଆପ୍ରୋଚ୍‌ ରାସ୍ତା ଅବରୋଧ

ବରଗଡ଼: ବରଗଡ଼ ସହରରେ ନିଶା କାରବାର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଛି। ନିର୍ବାଚନ ସମୟରେ ବି ଏହି କାରବାରରେ ଲଗାମ ଲାଗି ନାହିଁ। ବରଂ କାରବାର ବେଶି ବଢ଼ିଛି। ପଞ୍ଚାୟତ ଗୁଡ଼ିକରେ ମଦ ଦୋକାନ ବନ୍ଦ ଥିବାରୁ ସହର ଭିତରୁ ମଦ ପଠାଯାଉଛି। ଅନ୍ୟପକ୍ଷରେ ସହର ଭିତରେ ଚୋର ମଦ କାରବାର ବ୍ୟାପକ ହୋଇଛି। ଗତ ୨୦ ତାରିଖ ଏହି ନିଶା ପାଇଁ ଜଣେ ଡାଲି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା।

ଜୀରା ନଦୀ ବ୍ରିଜ୍‌ କଡ଼ରେ ଥିବା ଆପ୍ରୋଚ୍‌ ରୋଡ୍‌ ପାଖରେ ଏହି ଅଘଟଣ ଘଟିଥିଲା। ଏହି ରାସ୍ତାରେ ବେଆଇନ ଭାବେ ବିଭିନ୍ନ ଝୁମ୍ପୁଡ଼ି ଦୋକାନ ଗଢ଼ି ଉଠିଛି। ଏଠାରେ ବ୍ୟାପକ ନିଶା କାରବାର ହେଉଛି। ଛକରେ ନିଶାଖୋର୍‌ ଦିନରାତି ମାତିଛନ୍ତି। ବାଟୋଇଙ୍କୁ ଲୁଟ୍‌ ବି ଚାଲିଛି। ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ପୁଲିସ୍‌ କିଛି ପଦ‌କ୍ଷେପ ନେଉନାହିଁ। ତେଣୁ ନିଶାଖୋର୍‌ଙ୍କ ଉତ୍ପାଦ ଆହୁରି ବଢ଼ିଛି। ନିଶା କାରବାରକୁ ତୁରନ୍ତ ବନ୍ଦ କରିବା ପାଇଁ ସ୍ଥାନୀୟ ମହିଳାମାନେ ମଂଗଳବାର ଆପ୍ରୋଚ୍‌ ରୋଡ୍‌ ଅବରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe