ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି: ବିଜେଡିକୁ ସମାଲୋଚନା କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି

Advertisment
ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି: ବିଜେଡିକୁ ସମାଲୋଚନା କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି। ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେଡିକୁ ସମାଲୋଚନା କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ। ୨୩ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ ୩୩ ପ୍ରତିଶତ ସଂରକ୍ଷଣ ହେଉଛି କି ବୋଲି ପ୍ରଶ୍ନ କରିଛି ବିଜେପି।

ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ। କହିଛନ୍ତି, ଏହି ବିଲ୍ କଂଗ୍ରେସ ଆଣିଥିଲା ବିଲ୍, ଏହା ଆମର । ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ସଂସଦରେ ପହଂଚିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସୋନିଆ। ଐତିହାସିକ ମହିଳା ସଂରକ୍ଷଣ ବିଲକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ ।

ଆଜି ଲୋକସଭାରେ ଉପସ୍ଥାପିତ ହୋଇପାରେ ଏହି ବିଲ୍ । ଏବଂ ୨୧ତାରିଖ ଦିନ ରାଜ୍ୟସଭାରେ ଉପସ୍ଥାପିତ ହୋଇପାରେ । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ। ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ ।

ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତ୍ତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe