ମହିଳା ସୁରକ୍ଷା ପ୍ରସଙ୍ଗ: ବିଜେଡି-କଂଗ୍ରେସକୁ ଆଇନା ଦେଖାଇଲା ବିଜେପି

ରାଜ୍ୟରେ ମହିଳାମାନଙ୍କ ଦୁଷ୍କର୍ମ ଘଟଣାରେ ବିଜେଡି ଓ କଂଗ୍ରେସ ଆନ୍ଦୋଳନ କରୁଥିଲେ। କିଛି ଦିନ ତଳେ କଂଗ୍ରେସ ଛାତ୍ର ନେତା ଦୁଷ୍କର୍ମ ଘଟଣାରେ ତାଙ୍କ କେନ୍ଦ୍ରୀୟ ନେତା ନୀରବ ରହିଛନ୍ତି। ସେମାନେ କାହିଁକି ନୀରବ ରହିଲେ ବୋଲି ବିଜେପି ପ୍ରଶ୍ନ କରିଛି...

BJP shows mirror to BJD-Congress

BJP shows mirror to BJD-Congress Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ମହିଳାମାନଙ୍କ ଦୁଷ୍କର୍ମ ଘଟଣାରେ ବିଜେଡି ଓ କଂଗ୍ରେସ ଆନ୍ଦୋଳନ କରୁଥିଲେ। କିଛି ଦିନ ତଳେ  କଂଗ୍ରେସ ଛାତ୍ର ନେତା ଦୁଷ୍କର୍ମ ଘଟଣାରେ ତାଙ୍କ କେନ୍ଦ୍ରୀୟ ନେତା ନୀରବ ରହିଛନ୍ତି। ସେମାନେ କାହିଁକି ନୀରବ ରହିଲେ ବୋଲି ବିଜେପି ପ୍ରଶ୍ନ କରିଛି।

ଦୁଇ ଦିନ ତଳେ ଭୁବନେଶ୍ୱର ବିଜେଡି କର୍ପୋରେଟର ମହିଳା ଦୁଷ୍କର୍ମ ମାମଲାରେ ଜେଲ୍ ଗଲେ। ତାଙ୍କ ଦଳର ନେତା ନବୀନ ପଟ୍ଟନାୟକ ନୀରବ କାହିଁକି ବୋଲି ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ସୁକେଶି ଓରାମ ପ୍ରଶ୍ନ କରିଛନ୍ତି।

ତେଣୁ ଅଯଥା କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବିରୋଧୀ। ଉଭୟ ସରକାର ବିଗତ ଦିନରେ ମହିଳାଙ୍କ ଵିରୋଧି ଥିଲା। ଏବେ ବିଜେପି ସରକାର ମହିଳାଙ୍କ ପାଇଁ ସମର୍ପିତ ଦଳ। 

ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପି ସରକାରରେ ମହିଳାମାନଙ୍କ ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପଖରେ ଛିଡା ହୋଇଛନ୍ତି। ପୀଡ଼ିତାଙ୍କ ପରିବାର ସହ କଥା ହୋଇଛନ୍ତି। ବିଗତ ଦିନରେ ଅରୁଣ ସାହୁ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ଭଳି ନେତାଙ୍କ ନାଁ ଅନେକ ମହିଳା ଅଭିଯୋଗ କରିଥିଲେ। ଆମେ ମହିଳାଙ୍କ ପାଇଁ ଲଢ଼ିଥିଲୁ କାହିଁକି ତାଙ୍କ ନେତା ତାଙ୍କ ଉପରେ ଆକ୍ସନ ନେଇ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ। 

ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଜାତୀୟ ମହିଳା କମିସନଙ୍କୁ  ବିଜେଡି ଭେଟିଛି । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ଉପ ସଭାନେତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ଆଜି ସେମନେ ଜାତୀୟ ମହିଳା କମିସନଙ୍କୁ ଭେଟୁଛନ୍ତି। ବିଜେପିର ପ୍ରଶ୍ନ ତାଙ୍କ ସରକାର ସମୟରେ ରାଜ୍ୟରେ ଅନେକ ମହିଳାଙ୍କ ଉପରେ ନିର୍ଯାତନା ହୋଇଥିଲା। ସେତବେଳେ କାହିଁକି ଭେଟି ନଥିଲେ। 

ସୋମବାର ବିଜୁ ଜନତା ଦଳର ରାଜ୍ୟ ସଭା ସାଂସଦମାନଙ୍କ ସହ ଆମ ପ୍ରତିନିଧି ଦଳ ରାଷ୍ଟ୍ରୀୟ ମହିଳା କମିସନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଆମ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ପ୍ରବକ୍ତା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ସହିତ କମିସନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଥିଲେ l

 ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦ ଡ. ସସ୍ମିତ ପାତ୍ର, ସୁଲତା ଦେଓ,  ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ,  ନିରଂଜନ ବିଶି ଓ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଥିଲେ।

 BJP | BJD | congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe