The Hindu Business Line
ଭୁବନେଶ୍ବର : ମିସନ ଶକ୍ତି ମହିଳା ସ୍ବୟଂ ସାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସିଲେଇ ମେସିନ୍ ଅପରେଟର ଭାବେ ତାଲିମ୍ ଦିଆଯିବ। ଯାହାଫଳରେ ସ୍ବୟଂ ସହାୟକ ଗୋଷ୍ଠୀ ସହାୟକମାନେ ଆତ୍ମନିର୍ଭରଶୀଳ ହେବା ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବାରେ ସକ୍ଷମ ହେବେ। ଏଥିପାଇଁ ରାଜ୍ୟ ମିସନ ଶକ୍ତି ବିଭାଗ ଓ ନୂଆଦିଲ୍ଲୀସ୍ଥିତ ଆପାରେଲ ମେଡ୍-ଅପ୍ସ ଏଣ୍ଡ ହୋମ୍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନସିଲ ମଧ୍ୟରେ ଆଜି ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆସନ୍ତା ୧୮ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଟେଲରିଂ ୟୁନିଟ୍ ପ୍ରତିଷ୍ଠା କରିବାରେ ଏହା ସାହାଯ୍ୟ କରିବା ସହିତ ଆବଶ୍ୟକୀୟ ସହାୟତା ଯୋଗାଇଦେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ମିସନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନେ ପ୍ରାକ୍-ବିଦ୍ୟାଳୟ ଓ ବିଦ୍ୟାଳୟ ୟୁନିଫର୍ମ ଯୋଗାଉଛନ୍ତି। ଏହି ସହଭାଗିତା ଅଧୀନରେ ସଂପୃକ୍ତ ସଂସ୍ଥା ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି କରିବାରେ ମାର୍ଗଦର୍ଶକ ସାଜିବ। ଏଥିପାଇଁ ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀର ୧୦ଜହାର ସଦସ୍ୟାଙ୍କୁ ବଜାରଭିମୁଖୀ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଦକ୍ଷତାଭିତ୍ତିକ ତାଲିମ, ମିସନ ଶକ୍ତି ସହାୟକ ଓ ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ବାରା ପରିଚାଳିତ ଟେଲିରଂ ୟୁନିଟଗୁଡ଼ିକର କାର୍ଯ୍ୟକ୍ଷମତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବ। ଆବଶ୍ୟକ ଜ୍ଞାନକୌଶଳ ଓ ସୁଯୋଗ ମଧ୍ୟ ମିଳିବ ବୋଲି କୁହାଯାଇଛି।
Follow Us