ଦୁର୍ଘଟଣାରେ ମହିଳା ସଂଘ ସଭାନେତ୍ରୀଙ୍କ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ଚଣ୍ଡିଖୋଲ/ବଡ଼ଚଣା: ସଡ଼କ ଦୁର୍ଘଟଣାରେ ବଡ଼ଚଣା ବ୍ଲକ ସମିଆଁ ପଞ୍ଚାୟତର ଶ୍ରଦ୍ଧା ଉତ୍ପାଦକ ଗୋଷ୍ଠୀର ସଭାନେତ୍ରୀ ରେବତୀ ନାଥ (୪୮)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଯାଆ ବିଜେଡି ନେତ୍ରୀ ପୁଷ୍ପଲତା ନାଥ ଗୁରୁତର ହୋଇଛନ୍ତି। ଉଭୟ ରେବତୀ ଓ ପୁଷ୍ପଲତା ଗତ ୪ ତାରିଖ ଦିନ ବଡ଼ଚଣା ବ୍ଲକ କାର୍ଯ୍ୟାଳୟକୁ ସ୍କୁଟର ଯୋଗେ ଯାଉଥିଲେ।

୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ରେବତୀଙ୍କ  ମୃତ୍ୟୁ ହୋଇଥିଲା। ପୁଷ୍ପଲତା ଏବେ ବି ଚିକିତ୍ସାଧୀନ ଅଛନ୍ତି। ରେବତୀଙ୍କ ମୃତଦେହ ନିଜ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଛି। ପୁଅ ରାଜେଶ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe