କାଶିପାଲି ଛକ ନିକଟରେ କାଠ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

Advertisment
କାଶିପାଲି ଛକ ନିକଟରେ କାଠ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

ଭଟଲି: ଭଟଲି ବନ ବିଭାଗ ପକ୍ଷରୁ କାଶିପାଲି ଛକ ନିକଟରେ କାଠଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛି। ଏଥିସହ ଡ୍ରାଇଭର ଗିରଫ ହୋଇଛି। ଖବର ପାଇ ଭଟଲି ରେଞ୍ଜର ସୁବୋଧ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିରେ ବନପାଳ ଉଦ୍ଧବ ପଧାନ, ବନରକ୍ଷୀ ଲିଜି ମହାପାତ୍ର, ଶୁଭମ ନାୟକ, କିଶୋର ବାଗ, ନିମାଇଁ ଭୁଏ ପ୍ରମୁଖ କର୍ମଚାରୀ ଭଟଲି ରେଞ୍ଜର କାଶିପାଲି ଗ୍ରାମ ନିକଟରେ ପହଞ୍ଚି ଏକ ନମ୍ବରବିହୀନ ଟ୍ରାକ୍ଟରକୁ ଜବତ କରିଥିଲେ। ସେହି ଟ୍ରାକ୍ଟରରେ ନିମ୍ବ, ଜାମୁ, ଶିରୀଶ, କଷି ଆଦି ଗଛର ୧୩ଟି ଗଣ୍ଡି ଥିଲା।

ଟ୍ରାକ୍ଟରଟି ଛତିଶଗଡ଼କୁ ଯାଉଥିବା ବେଳେ ଧରାପଡିଥିଲା। ଛତିଶଗଡ଼ ଅମ୍ଲିପାଲି ଗ୍ରାମର ଡ୍ରାଇଭର ସୀତାରାମ ଭୁଏକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭଟଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଭଟଲି ରେଞ୍ଜରେ କେସ ନମ୍ବର ୨/୨୦୨୨-୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe