ପୁରୁଣାକଟକରୁ ପୁରୀ ଗଲା ରଥକାଠ

ପୁରୁଣାକଟକରୁ ପୁରୀ ଗଲା ରଥକାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୁଧୁବାର ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ପୁରୁଣାକଟକ ବନାଞ୍ଚଳର ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାକୁଣ୍ଡା ଦୁଇପ୍ରକାର ରଥକାଠ ପଠାଯାଇଛି। ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ ଦାଶ, ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର, ଚାରିଛକ ବନପାଳ ଶତୀଶ ରଞ୍ଜନ କମ୍ପ ପ୍ରମୁଖଙ୍କ ନେତୃତ୍ୱରେ ବୁଧବାର ସକାଳେ ପୂଜା ପାଠ କରି ନାମ ସଂକୀର୍ତନ ହରିବୋଲ ହୁଳହୁଳିରେ ରଥକାଠ ବୋଝେଇ ଟ୍ରକ୍‌କୁ ପୁରୀ ଅଭିମୁଖେ ବିଦାୟ ଦିଆଯାଇଥିଲା। ଏଥିରେ ୧୨ଖଣ୍ଡ ଶିମିଳି ଏବଂ ଗୋଟିଏ ଖଣ୍ଡ ଚାକୁଣ୍ଡା କାଠ ବୋଝେଇ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe