ଶାଗୁଆନ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ

Advertisment
ଶାଗୁଆନ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ

ସିନାପାଲି: ସିନାପାଲି ବନ ବିଭାଗ ଦ୍ବାରା ସୋମବାର ଏକ ଶାଗୁଆନ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସିଜି ୦୪ ଜେବି ୫୪୫୩ ନମ୍ବର ଥିବା ଏହି ଭ୍ୟାନ୍‌ରେ ୨୯ଟି ଶାଗୁଆନ କାଠଗଣ୍ତି ଥିବା ବେଳେ ଏହା ପ୍ରାୟ ୬୦ ସିଏଫ୍‌ଟି ହେବ ବୋଲି ଆକଳନ କରାଯାଇଛି।

ଯାହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ସିନାପାଲି ରେଞ୍ଜର ମୁରାରୀ ପ୍ରସାଦ ପଣ୍ତା ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ସୋମବାର ସକାଳେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ସଂରକ୍ଷିତ ଜଙ୍ଗଲ ପଟରୁ ଉକ୍ତ ପିକ୍‌ଅପ୍‌ ଭ୍ୟାନ ଆସୁଥିବା ଖବର ପାଇ ରେଂଜର ଶ୍ରୀ ପଣ୍ତାଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍‌ ଚଢ଼ଉ କରିଥିଲା। ଖନ୍ଦାପଡ଼ାଠାରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା ବୋଲି ଶ୍ରୀ ପଣ୍ତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe