ପୁରୁଡାବେଡା ବିଦ୍ୟାଳୟର ବିକଳ ଅବସ୍ଥା, ଖୁଣ୍ଟ ଉପରେ ଢିରା ଦେଇ ଅଟକିଛି ଛାତ

Advertisment
ପୁରୁଡାବେଡା ବିଦ୍ୟାଳୟର ବିକଳ ଅବସ୍ଥା, ଖୁଣ୍ଟ ଉପରେ ଢିରା ଦେଇ ଅଟକିଛି ଛାତ

ବୈପାରିଗୁଡା: ଖୁଣ୍ଟ ଉପରେ ଢିରା ଦେଇ ଅଟକିଛି ଛାତ।ଖୁଣ୍ଟକୁ ଘୁଞ୍ଚାଇ ନେଲେ ଭୁଷୁଡି ଯାଇପାରେ ଛାତ। ଏଭଳି ଏକ ବିପଦ ସଙ୍କୁଳ ଛାତ ତଳେ ବସି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କୋମଳମତି ଶିଶୁଙ୍କ ଜୀବନ ପ୍ରତି କାହାର ନିଘା ନାହିଁ। ବିଦ୍ୟାଳୟର ଦୟନୀୟ ଅବସ୍ଥା ଯେ ଶିକ୍ଷା ବିଭାଗର ଅପାରଗତା ପ୍ରତି ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପୁରୁଡାବେଡା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ।

ଗ୍ରାମବାସୀ ତଥା ଅଭିଭାବକଙ୍କ କହିବା ଅନୁଯାୟୀ ଗତ ୨୦୧୨ ମସିହାରେ ଏହି ବିଦ୍ୟାଳୟ ଗୃହଟି ନିର୍ମାଣ କରାଯାଇଥିଲା। ଏଥିରେ ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ ଅଫିସ ଗୃହ ରହିଛି। ପୁରୁଡାବେଡି ସମେତ ଆଖପାଖର ଗ୍ରାମର ୮୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ନାମ ଲେଖାଇ ପଢ଼ୁଛନ୍ତି। ତେବେ ବର୍ତ୍ତମାନ ବିଦ୍ୟାଳୟ ଗୃହର ଅବସ୍ଥା ଶୋଚନୀୟ। ଗୃହର ଛାତ ଦୁର୍ବଳ ହେବା ସହ ଧିରେଧିରେ ଦବି ଯିବାକୁ ବସିଲାଣି। ବର୍ଷାଦିନେ ଛାତରୁ ପାଣି ଗଳିବା ଫଳରେ ଦୁଇଟି ଯାକ ଶ୍ରେଣୀ ଗୃହରେ କୃର୍ତ୍ତିମ ବନ୍ୟା ସୃଷ୍ଟି ହୁଏ।ଛାତର ଦୁର୍ବଳ ଅବସ୍ଥାକୁ ଲକ୍ଷ କରି ଆଶୁ ବିପଦର ସମ୍ଭାବନାକୁ ଏଡାଇବା ପାଇଁ ଶାଳ ଗଣ୍ଡି ଢିରା ଦିଆଯାଇଛି। କୈାଣସି ମୁହୂର୍ତ୍ତରେ ଯଦି ଛାତ ଭୁଷୁଡି ପଡ଼େ, ତେବେ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯିବ।

publive-image

ଏସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈପାରିଗୁଡା ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଆଜି ଗ୍ରାମବାସୀ ତଥା ଅଭିଭାବକ ବୈପାରିଗୁଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଛାତ ମରାମତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏସଂପର୍କରେ ଏବିଇଓଙ୍କୁ ପଚାରିବାରୁ ବିଦ୍ୟାଳୟ ଗୃହ ମରାମତି ବର୍ତ୍ତମାନ ବ୍ଲକ ତଥା ପଞ୍ଚାୟତକୁ ପ୍ରଦାନ କରାଯାଇଛି। ତେଣୁ ଏସଂପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ଛାତର ମରାମତି କିମ୍ବା ଏହାର ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe