ସାହଜଲତା ଗାଁରୁ ବିପୁଳ ପରିମାଣର କାଠପଟା ଜବତ

Advertisment
ସାହଜଲତା ଗାଁରୁ ବିପୁଳ ପରିମାଣର କାଠପଟା ଜବତ

Kalinga TV

ବୀରମହାରାଜପୁର: ବୀରମହାରାଜପୁର ବନାଞ୍ଚଳ ହାତଲିମୁଣ୍ଡା ବନପାଳ ଅଧୀନସ୍ଥ ସାହାଜଲଥା ଗାଁରେ ଶୁକ୍ରବାର ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର କାଠପଟା ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବେଆଇନ କାଠ ପଟା କାରବାର କରୁଥିବା ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ଘରେ ବନ ବିଭାଗ ଚଢ଼ଉ କରିଥିଲା।

ଚଢ଼ଉ ବେଳେ ବିନୋଦ ଫେରାର ହୋଇଥିବା ବେଳେ ବିପୁଳ ପରିମାଣରେ ଶାଳ, ଖସି, ଶିଶୁ, ବିଜା ଆଦି ପଟା ଜବତ କରିଥିଲେ। ଏହି ଚଢ଼ଉରେ ବନାଞ୍ଚଳ ଅଧିକାରୀ ଅବିନାଶ ବରିହାଙ୍କ ନେତୃତ୍ବରେ ବନପାଳ ଅଜୟ ବାରା, ସୁବଳୟା ବନପାଳ କବିତା ପାତ୍ର, ବନପାଳ ଦୀନବନ୍ଧୁ ଗଉଡ଼, ବନପାଳ ସତ୍ୟ ନାରାୟଣ ମେହେର, ବନରକ୍ଷୀ ଏବଂ ସୋନପୁର ଓ ବୀରମହାରାଜପୁରର ବନାଞ୍ଚଳ କର୍ମଚାରୀ ସାମିଲ୍ ଥିଲେ। ଜବତ ବେଆଇନ୍ କାଠପଟା ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ରୁ ୫୦ ହଜାର ଟଙ୍କା ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe