ପୁଲିସ ଘରୁ କାଠ ଜବତ: ବାପାଙ୍କୁ ଜେରା, ପୁଅକୁ ନୋଟିସ

Advertisment
ପୁଲିସ ଘରୁ କାଠ ଜବତ: ବାପାଙ୍କୁ ଜେରା, ପୁଅକୁ ନୋଟିସ

Pratidin Time

କେନ୍ଦୁଝର : ପୁଲିସ କର୍ମଚାରୀଙ୍କ ଘରୁ କାଠ ଜବତ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। କାଠ ସଂପର୍କିତ କୌଣସି କାଗଜପତ୍ର ହୋମଗାର୍ଡ ଦେଖାଇ ପାରି ନ ଥିବାରୁ ଆଜି ଏହି କାଠକୁ ବନ ବିଭାଗ ନିଜ ଅକ୍ତିଆରକୁ ନେଇଥିବା ବେଳେ ହୋମଗାର୍ଡଙ୍କ ବାପା ବିଶୁ ଡାଙ୍ଗୁଆଙ୍କୁ ଜେରା କରି ଛାଡ଼ି ଦେଇଛି। ତେ‌ବେ ହୋମଗାର୍ଡ ଘରେ ନ ଥିବାରୁ ତାଙ୍କୁ ଜେରା ପାଇଁ ନୋଟିସ୍‌ ‌ହୋଇଛି।

ସୂଚନା ଅନୁସାରେ, ନୟାକୋଟ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଚକ୍ରଧର ଡାଙ୍ଗୁଆଙ୍କ ବାସଭବନରେ ଚୋରା କାଠ ଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହି ଖବର ପାଇବା ପରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ଗତ ୩୦ ତାରିଖ ଅପରାହ୍ଣରେ ହେମଗାର୍ଡ ଡାଙ୍ଗୁଆଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଏଠାରେ ୬୦ ଖଣ୍ଡ ପିଆଶାଳ କାଠ ଥିବା ବନ ବିଭାଗ ଦେଖିବା ପରେ ଏହାକୁ ଜବତ କରିଥିଲା। ବନ ବିଭାଗର ଚଢ଼ଉ ସମୟରେ ହୋମଗାର୍ଡ ଜଣକ ଜିଏସ୍‌ଟି ବିଲ ସହ ଟିପି ପରମିଟ କାଗଜପତ୍ର ଦେଖାଇ ପାରି ନଥିବାବେଳେ ଏଥିପାଇଁ ୩ ଦିନ ସମୟ ଦେବାକୁ ଅଣ୍ଡରଟେକିଂ ଦେଇଥିଲେ।

ତେବେ ଅଣ୍ଡର ଟେକିଂ ଅନୁସାରେ, ଗତକାଲି ସୁଦ୍ଧା ବନ ବିଭାକକୁ ଉକ୍ତ ହୋମଗାର୍ଡ କାଠ ସଂପର୍କିତ କାଗଜପତ୍ର ଦେଖାଇ ନ ପାରିବାରୁ ଆଜି ବନ ବିଭାଗ ତାଙ୍କ ଘରେ ପହଞ୍ଚିଥିଲା। ତେବେ ବନ ବିଭାଗର ଟିମ୍‌ ହୋମଗାର୍ଡଙ୍କ ଘରେ ପହଞ୍ଚିବା ବେଳେ ହୋମଗାର୍ଡ ନ ଥିଲେ। ତେଣୁ ତାଙ୍କ ବାପା ବିଶୁ ଡାଙ୍ଗୁଆଙ୍କୁ ବନ ବିଭାଗ ଜେରା ପାଇଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଜେରା କରିଥିଲା। ଜେରା ପରେ ତାଙ୍କୁ ଛାଡି ଦେଇଥିଲା। ଅପରପକ୍ଷରେ ହୋମଗାର୍ଡ ଚକ୍ରଧର ଡାଙ୍ଗୁଆଙ୍କୁ ବନ ବିଭାଗ ନୋଟିସ କରିଛ। ତାଙ୍କୁ ଜେର ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଏଫ୍‌ଓ ଏଚଡି ଧନରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe