ଶାଗୁଆନ କାଠ ଜବତ, ଜଣେ ଗିରଫ

Advertisment
ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ ସିନାପାଲି ବିଭାଗର କର୍ମଚାରୀମାନେ କିରିକିଟା ଗ୍ରାମ ନିକଟରେ ବାଇକ୍‌ରେ ଚୋରାଚାଲାଣ ହେଉଥିବା ଶାଗୁଆନ୍‌ କାଠ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି କିରିକିଟା ଗ୍ରାମର ସୋମନାଥ ହଂସ (୨୪) ବୋଲି ଜଣାପଡ଼ିଛି।

ସୂଚନାନୁସାରେ ଗତକାଲି ସଂଧ୍ୟାରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଳ ତ୍ରିପାଠୀ ଓ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା ପାଟ୍ରୋଲିଂ କରୁଥିବା ବେଳେ କିରିକିଟା ଗ୍ରାମ ନିକଟରେ ଚଢ଼ଉ କରି ଚୋରାଚାଲାଣ ହେଉଥିବା ଶାଗୁଆନ କାଠ ସହ ଏକ ବାଇକ୍‌କୁ ଜବତ କରିଥିଲେ। ଏଥିରେ ସଂପୃକ୍ତ କିରିକିଟା ଗ୍ରାମର ସୋମନାଥ ହଂସକୁ ଗିରଫ କରିଥିବା ବେଳେ ବନବିଭାଗ ଏକ ମାମଲା ରୁଜୁ କରିଛି। ଏହି ଚଢ଼ଉ ସମୟରେ ଶ୍ରୀ ତ୍ରିପାଠୀ ଓ ଶ୍ରୀ ପଣ୍ଡାଙ୍କ ସମେତ ଫରେଷ୍ଟର ଖଗେଶ୍ବର ମାଝୀ, ବନରକ୍ଷୀ ରାକେଶ ଦଣ୍ଡସେନା, ରୋହିତାଶ୍ବ ରାଉତ, ଉପେନ୍ଦ୍ର ପ୍ରସାଦ ମହାଉତି, ମନୋଜ ବାଗ, ଛବିରାମ ସଗରିଆ, ଖଗପତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe