ପୁରୀ ରଥଯାତ୍ରା ପାଇଁ କାଠ ଚିରୋଟ ଅନୁକୂଳ: ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପହଞ୍ଚିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ ଚିରୋଟ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ତତ୍ତ୍ବାବଧାରକ ଉଗ୍ରସେନ ମେକାପ...

sdsdccx

କଟକ-ବିଦ୍ୟାଧରପୁର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ ଚିରୋଟ ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ତତ୍ତ୍ବାବଧାରକ ଉଗ୍ରସେନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ର ଭୋଇ, ଜେଟିପି ବେଣୁଧର ମହାରଣା, ଅନାଦି ସ୍ବାଇଁ ପ୍ରମୁଖ ଆଜି ଅପରାହ୍‌ଣ ୧ଟା ୩୦ ମିନିଟ ସମୟରେ ଖପୁରିଆ କରତକଳରେ ପହଞ୍ଚିଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନୂଆପଡ଼ା ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଝାଞ୍ଜ ମୃଦଙ୍ଗ ବଜାଇ ଆଗନ୍ତୁକଙ୍କୁ ପାଛୋଟି ନେଇଥିଲେ। ରଥ ଅମିନ ଲକ୍ଷ୍ମଣ ମହାପାତ୍ର ୩ଟି ଧଉରା କାଠରେ ଆଜ୍ଞାମାଳ ରଖିବା ସହ ବେଦମନ୍ତ୍ର ଉଚ୍ଚାରଣ କରି କାଠ ଚିରୋଟ ଅନୁକୂଳ କରିଥିଲେ। 

ଖପୁରିଆ ଖଣ୍ଡୀୟ ପରିଚାଳକ ରୁଦ୍ରମଣି ସାହୁଙ୍କ ତତ୍ତ୍ୱାବଧାନରେ ୧୨ ଫୁଟ ଲମ୍ବ, ୨୨.୧୮ ଘନଫୁଟ ଓ ୩ ଫୁଟ ଗୋଲେଇର ୩ଟି ଧଉରା କାଠ ଚିରୋଟ ଅନୁକୂଳ ହୋଇଥିଲା। ଏଠାରେ ମହାପ୍ରଭୁଙ୍କ ରଥ ପାଇଁ ୯ ହଜାର ୫ ଶହ ଘନଫୁଟ କାଠ ଚିରୋଟ ହେବ ବୋଲି କରତକଳର ସୁପରଭାଇଜର୍‌ ଶରତ ପାଇକରାୟ, ଉପଖଣ୍ଡୀୟ ଅଧିକାରୀ ଅଭିରାମ ଜେନା, ଜିତେନ୍ଦ୍ର ଦାସ ପ୍ରମୁଖ କହିଛନ୍ତି। ୨୦୦୫ ମସିହାରୁ ଏଠାରେ କାଠ ଚିରୋଟ ହୋଇ ଆସୁଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଖୋର୍ଦ୍ଧା ଓ‌ ନୟାଗଡ଼ରୁ‌ କାଠ ଆସି ଏଠାରେ ଚିରୋଟ ହେବ। ବନଖଣ୍ଡରେ ଫାସି କାଠ ଅଭାବ ଥିବାରୁ ଭକ୍ତମାନେ ନିଜ ବାଡିରୁ ଫାସି ଗଛ କାଟି ମହାପ୍ରଭୁଙ୍କ ପାଇଁ ଦେଉଛନ୍ତି ବୋଲି ସୁପରଭାଇଜର୍‌ ଶରତ ପାଇକରାୟ କହିଛନ୍ତି। କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ସିଏମ୍‌ସି ୫୧ ନଂ ୱାର୍ଡ କର୍ପୋରେଟର ରାକେଶ କୁମାର ସ୍ବାଇଁ, ୫୦ ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ଭୋଳ, ମହାନଦୀବିହାର ବନଖଣ୍ଡ ରେଞ୍ଜର୍‌ ଶର୍ମିଲା ନାୟକ, ବନପାଳ ସୂର୍ଯ୍ୟକାନ୍ତ ସାହୁ, ଭାସ୍କର ଚନ୍ଦ୍ର ମହାରଣା, ସନ୍ଦୀପ ଆଚାର୍ଯ୍ୟ, ପୂର୍ବତନ କର୍ପୋରେଟର୍‌ କୈଳାସ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe