ସମାଜର ହିତ ପାଇଁ କାମକରୁ ଗଣମାଧ୍ୟମ: ବିଜୟ

Advertisment
ସମାଜର ହିତ ପାଇଁ କାମକରୁ ଗଣମାଧ୍ୟମ: ବିଜୟ

egov.eletsonline.com

ଭୁବନେଶ୍ବର : ସମାଜରେ ସଚେତନତା ସୃଷ୍ଟି କରିବା ଗଣମାଧ୍ୟମର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ। କିନ୍ତୁ ଜଣେ ପାଠକ ହିସାବରେ ମୁଁ ଅନୁଭବ କରୁଛି, ଅଧିକାଂଶ ଗଣମାଧ୍ୟମ ଏବେ ଏ ଉଦ୍ଦେଶ୍ୟରୁ ଦୂରେଇ ଯାଇଛନ୍ତି। ସମାଜର ହିତସାଧନ କରୁ ନଥିବା ବର୍ଗର ଲୋକଙ୍କୁ ଖୁସି କରିବା ପାଇଁ ଖବର ଦେଉଛନ୍ତି। ସୂଚନାଧର୍ମୀ ପରିବର୍ତ୍ତେ ହଇଚଇ ସୃଷ୍ଟି କରିବା ଭଳି ଖବର ପଛରେ ପଡ଼ିଛନ୍ତି। ଗଣମାଧ୍ୟମର ଏହି ଆଭିମୁଖ୍ୟ ପରିବର୍ତ୍ତନ ନ ହେଲେ, ଦେଶ ଓ ଜାତି ପାଇଁ ବିପଦ। ସାପ୍ତାହିକୀ ‘ବିଶେଷ ଖବର’ର ବାର୍ଷିକ ଉତ୍ସବ ଅବସରରେ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଆଲୋଚନାଚକ୍ର ‘ଭାରତରେ ଗଣମାଧ୍ୟମ କେତ‌େ ସଫଳ’‌ରେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଗଣମାଧ୍ୟମର ପରିସର ବ୍ୟାପକ। ତେଣୁ ଗଣମାଧ୍ୟମ କେତେ ସଫଳ, ତା’ର ସହଜ ଉତ୍ତର ମୋ ପାଖରେ ନାହିଁ। କିନ୍ତୁ ସବୁ ଖବରକାଗଜ ବିଶ୍ଲେଷଣାତ୍ମକ ଖବର ପରିବେଷଣ କରୁ। ନିଜକୁ ବିକ୍ରି ନ କରି ସମାଜର ହିତ ପାଇଁ କାର୍ଯ୍ୟ କରୁ। ଏହି ଅବସରରେ ସେ ବିଶେଷ ଖବରର ସ୍ବତ୍ବାଧିକାରୀ ପ୍ରାକ୍ତନ ସାଂସଦ ଖାରବେଳ ସ୍ବାଇଁଙ୍କ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe