ରାଜ୍ୟର ପ୍ରଗତି ପାଇଁ କାମ କର: ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟ ସଚିବ, ଡିଜି, ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ

ମୁଖ୍ୟ ସଚିବ, ଡିଜି, ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ

ରାଜ୍ୟର ପ୍ରଗତି ପାଇଁ କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ପୁଲିସ ଡିଜି ସୁନିଲ କୁମାର ବଂଶଲ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ବି‌େଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ଅଧିକ ପ୍ରତିଶ୍ରୁତିବଦ୍ଧ ହୋଇ କାମ କର।

publive-image

ରବିବାର ଦିନ ପୁଲିସ ଏଡିଜି ଲଳିତ ଦାସ, ଏଡିଜି ଆର୍‌କେ ଶର୍ମା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଓଏଏସ୍ ଆସୋସିଏସନ୍, ଓଡ଼ିଶା ଫାଇନାନ୍ସ ସର୍ଭିସ୍ ସଂଘ, ପୁଲିସ ସେବା ସଂଘ, ଓଡ଼ିଶା ସେକ୍ରେଟେରିଏଟ୍ ସର୍ଭିସ୍‌, ରାଜସ୍ବ ସେବା, କନଷ୍ଟେବଳ ଓ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ ସଂଘ, ମେଡିକାଲ ସେବା ସଂଘ,ଅମଲା ସଂଘ, ପ୍ରାଣୀ ଚିକିତ୍ସା ସେବା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ସଂଘ, ଠିକା କର୍ମଚାରୀ ସଂଘ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ସଂଘର ଶୁଭେଚ୍ଛା ଜଣାଇବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe