ଓଡ଼ିଶାର ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି: ଧର୍ମେନ୍ଦ୍ର

Advertisment

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟାତ ସହ ପରିବହନ ପଥକୁ ସୁଗମ କରିବା, ରେଳ ନେଟ୍‌ୱର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର....

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟାତ ସହ ପରିବହନ ପଥକୁ ସୁଗମ କରିବା, ରେଳ ନେଟ୍‌ୱର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର....

dgdaadgdg

ଭୁବନେଶ୍ବର:  ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟାତ ସହ ପରିବହନ ପଥକୁ ସୁଗମ କରିବା, ରେଳ ନେଟ୍‌ୱର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ବିଜେପି ସାଂସଦମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକ ପରେ ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ନାଗରିକଙ୍କ ଯାତାୟାତ, ଶିଳ୍ପ ଏବଂ ଖଣିଜ କ୍ଷେତ୍ରର ବିକାଶ ସହ କୃଷି ଉତ୍ପାଦିତ ସାମଗ୍ରୀକୁ ଜାତୀୟ ବଜାର ସହ ଯୋଡ଼ିବାରେ ରେଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ନଜରରେ ରଖି ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ଉପରେ ଆଜି ଆଲୋଚନା ହୋଇଛି। ବୈଠକରେ ଝାରସୁଗୁଡ଼ା- ବାରକୋଟ୍ ରେଳଲାଇନ, ଅନୁଗୁଳ-ତାଳଚେର ନୂଆ ରେଳଲାଇନ, ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ତାଳଚେର-ବିମଳାଗଡ଼ ରେଳଲାଇନ, ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥ ଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜରପଡ଼ାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କରିଡର କରିବାର କଳ୍ପନା ଉପରେ ଆଲୋଚନା ହୋଇଛି। ବିଶେଷକରି ରେଳ ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜୁଥିବା ଜମିଗ୍ରହଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି।

ରେଳ କ୍ଷେତ୍ରର ବିକାଶ ନେଇ ବୈଠକ

ଭଞ୍ଜନଗର, ଆସିକା, ବୌଦ୍ଧ, ଫୁଲବାଣୀକୁ ରେଳ ସଂଯୋଗ କରିବାକୁ ଯୋଜନା

ବୈଠକରେ ଅନୁଗୁଳର ବଇଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗୀର- ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡ଼ି ହେବ, ତାହାର ମଧ୍ୟ କଳ୍ପନା କରାଯାଇଛି। ଯାହା ଏକ ସେତୁ ଭାବେ କାମ କରିବ।  ଦକ୍ଷିଣ ଓଡ଼ିଶାରେ ଭଞ୍ଜନଗର ଉପଖଣ୍ଡ ଓ ଆସିକା ଅଞ୍ଚଳ ରେଳଲାଇନରୁ ବଞ୍ଚିତ ଅଛନ୍ତି।  ଏଠାକୁ ରେଳଲାଇନ୍ ସଂଯୋଗ କରିବାକୁ ଯୋଜନା ହେବ। ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳଲାଇନ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମର ଆସିକା ଅଞ୍ଚଳକୁ ସଂଯୋଗ ହେଲେ ଓଡ଼ିଶାର ରେଳ ନେଟ୍‌ୱର୍କ ସୁଦୃଢ଼ ହେବ। ଏହାବ୍ୟତୀତ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟ୍‌ୱର୍କ ସଂଯୋଗ କରିବା ଦିଗରେ ମଧ୍ୟ ସରକାର ଯୋଜନା ରଖିଛନ୍ତି। ଯେଉଁ ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହୋଇଥିଲା। ଏହାସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର କୋଇଲା ଉତ୍ପାଦନକାରୀ ଅଞ୍ଚଳ ଗୁଡ଼ିକରେ ନାଗରିକ ସୁବିଧା ଓ ରେଳ ପରିବହନକୁ ବିଶେଷ ଭାବେ ପ୍ରାଧାନ୍ୟ ଦିଆଯାଉଛି। ଏହି ସବୁ ପଦକ୍ଷେପ ଦ୍ୱାରା ରେଳଲାଇନ କୋଇଲା ଉତ୍ପାଦନକାରୀ ଅଞ୍ଚଳରୁ ବନ୍ଦର ଅଞ୍ଚଳକୁ ଯୋଡ଼ିହେବ। ଏହା ଦ୍ୱାରା ମାଲ ପରିବହନ ସହଜ ହେବ ଏବଂ ଓଡ଼ିଶାର ଦ୍ରୁତ ଶିଳ୍ପାୟନର ବିକାଶରେ ସହାୟକ ହେବ। ରେଳ ଭିତ୍ତିଭୂମିକୁ ମଜଭୁତ୍ କରିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବ। ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଗତି ଘଟିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ, ରୁଦ୍ର ନାରାୟଣ ପାଣି, ପ୍ରଦୀପ ପୁରୋହିତ, ଅନୀତା ଶୁଭଦର୍ଶିନୀ ଓ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe