୨୪ରୁ ଆରମ୍ଭ ହେବ ହୀରାକୁଦ ସ୍ପିଲ-ୱେ ନିର୍ମାଣ କାର୍ଯ୍ୟ

Advertisment
୨୪ରୁ ଆରମ୍ଭ ହେବ ହୀରାକୁଦ ସ୍ପିଲ-ୱେ ନିର୍ମାଣ କାର୍ଯ୍ୟ

ସମ୍ବଲପୁର : ହୀରାକୁଦ ନଦୀବନ୍ଧରେ ନିର୍ମାଣ ହେବାକୁ ଥିବା ଅତିରିକ୍ତ ସ୍ପିଲ-ୱେ କାର୍ଯ୍ୟ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଟାଟା ପ୍ରୋଜେକ୍ଟ ଲିମିଟେଡ ଓ ତୁର୍କିର ଏଜ୍ ଗ୍ରୁପ୍ ଲିମିଟେଡ ନାମକ ଦୁଇ କମ୍ପାନି ମିଳିତ ଭାବେ ଏହି ସ୍ପିଲ-ୱେ ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଆଇଆଇଟି ଓ ଦେଶ ବାହାରୁ ବିଭିନ୍ନ ଏକ୍ସପର୍ଟ ହୀରାକୁଦ ଆସି ଏଥିପାଇଁ ସ୍ଥିତି ପରଖି ସାରିଲେଣି। ପୂର୍ବରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୧୫ଟି ଡ୍ରିଲ କରିବା ପାଇଁ ପ୍ରସ୍ତ‌ାବ ଦେଇଥିବା ବେଳେ ଏହି ଏକ୍ସପର୍ଟମାନେ ଅଧିକ ୧୫ଟି ଡ୍ରିଲ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏହାବାଦ୍ ଭୂ-ତତ୍ତ୍ବ ସର୍ବେକ୍ଷଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ବେଳେ କେଣ୍ଟ୍‌ କାର୍ଯ୍ୟ ମଧ୍ୟ ଜାରି ରହିଛି ‌େବାଲି ରବିବାର ହୀରାକୁଦ ନଦୀବନ୍ଧ ମୁଖ୍ୟ ଇଂଜିନିୟର ଜ୍ୟେତିର୍ମୟ ରଥ ସୂଚନା ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ପାଇଁ ଉଭୟ କମ୍ପାନିର କର୍ମଚାରୀମାନେ କ୍ୟାମ୍ପ କରି ହୀରାକୁଦରେ ରହିଥିବା ବେଳେ ବିଦେଶରୁ ବିଭିନ୍ନ ସମୟରେ ଅଧିକାରୀମାନେ ଆସି ପ୍ରକଳ୍ପ କାର୍ଯ୍ୟ ତଦାରଖ କରୁଛନ୍ତି।

ଉଲ୍ଲେଖ‌େଯାଗ୍ୟ, ଏହି ପ୍ରକଳ୍ପ ବିଶ୍ବ ବ୍ୟାଙ୍କ ଦ୍ବାରା ନିର୍ମାଣ କରାଯାଉଛି। ବନ୍ୟା ଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବାମ ପାର୍ଶ୍ବ ବନ୍ଧରେ ନିର୍ମାଣ କରାଯାଉଥିବା ସ୍ପିଲ ୱେ ଡ୍ୟାମର ଲମ୍ବ ୯୧ ମିଟର ରହିବ। ଏଥିରେ ୫ଟି ସ୍ଲୁଇସ୍ ଗେଟ ରହିବ। ଗାନ୍ଧୀ ମିନାର ନିକଟରୁ ଜବାହାର ଉଦ୍ୟାନ ପଟକୁ ନିର୍ମାଣ ହେବାକୁ ଥିବା ଏହି ସ୍ପିଲ-ୱେ ଚ୍ୟାନେଲର ଲମ୍ବ ୨ କିମି ଓ ପ୍ରସ୍ଥ ୩ ଶହ ମିଟର ରହିବ। ଏହି ପ୍ରକଳ୍ପ ପାଇଁ ମୋଟ ୩୬୯. ୫୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବର୍ତ୍ତମାନ ହୀରାକୁଦ ନବୀବନ୍ଧରେ ବନ୍ୟାଜଳ ନିଷ୍କାସନ ପାଇଁ ଥିବା ମୋଟ ୯୮ଟି ଗେଟ ମଧ୍ୟରୁ ୬୪ଟି ସ୍ଲୁଇସ୍ ଗେଟ ଓ ୩୪ଟି କ୍ରେଷ୍ଟ ଗେଟ ରହିଛି। ଯେଉଁଥିରେ ପ୍ରାୟ ୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହୋଇପାରୁଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ହୀରାକୁଦ ଡ୍ୟାମର ବନ୍ୟାଜଳ ନିଷ୍କାସନ କ୍ଷମତା ୧୮ ଲକ୍ଷକୁ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe