ଓଡ଼ିଶାକୁ ଅଧିକ ନିବେଶ ଆଣିବା ପାଇଁ ଫିକି କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ

Advertisment
ଓଡ଼ିଶାକୁ ଅଧିକ ନିବେଶ ଆଣିବା ପାଇଁ ଫିକି କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମେକ୍‌ ଇନ ଓଡ଼ିଶା କନକ୍ଲେଭ୍-୨୦୨୨ର ଉଦ୍‌ଘାଟନ ପୂର୍ବରୁ ‌ଜନତା ମଇଦାନ ପରିସରରେ ବୁଧବାର ଦିନ ଶିଳ୍ପ ସଂଘ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେକ୍‌ ଇନ ଓଡ଼ିଶା ୨୦୨୨ ସମ୍ମିଳନୀରେ ଉକ୍ତ ସଂଘର ଯୋଗଦାନକୁ ପ୍ରଶଂସା କରିଛନ୍ତି।

ଫିକି ସହିତ ଓଡ଼ିଶା ସରକାରଙ୍କ ଭଲ ସଂପର୍କ ରହିଛି। ଆଗାମୀ ଦିନରେ ଓଡ଼ିଶାକୁ ଅଧିକ ନିବେଶ ଆଣିବାରେ ଫିକି କାର୍ଯ୍ୟ ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଫିକିର ମହିଳା ଶାଖା (ଏଫଏଲଓ) ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମକୁ ବି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ବିଶେଷକରି ମିସନ ଶକ୍ତି କ୍ଷେତ୍ରରେ ଏମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ତାରିଫ୍‌ କରିଛନ୍ତି। ରାଜ୍ୟରେ ତୃଣମୂଳସ୍ତରରେ ଉଦ୍ୟମିତା ପରିବେଶ କିଭଳି ଅଧିକ ସୁଦୃଢ଼ ହେବ ସେଥିପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଫିକି ମହିଳା ସଂଘକୁ ଏହି ଅବସରରେ ନିବେଦନ କରିଛନ୍ତି।

ଏଥିସହିତ ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନେ କିଭଳି ବିଶ୍ବବଜାରରେ ପହଞ୍ଚି ପାରିବେ ସେଥିପାଇଁ ସୁଯୋଗ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ଫିକିକୁ ପରାମର୍ଶ ଦେଇଥିଲେ। ପୂର୍ବ ଭାରତ ଏବଂ ବଙ୍ଗୋପସାଗର କୂଳରେ ଉପସ୍ଥିତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ବାଣିଜ୍ୟ, ଶିଳ୍ପାୟନ ଆଦିର ଆଧାର କେନ୍ଦ୍ରରେ ପରିଣତ ହୋଇଛି। ତେଣୁ ନିବେଶକମାନଙ୍କ ପାଇଁ ଏକ ପସନ୍ଦର ସ୍ଥାନଭାବେ ଓଡ଼ିଶାକୁ ନିବେଶକଙ୍କ ନିକଟରେ ‌ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସଭାରେ ‌ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା, ମହାସଚିବ ଅରୁଣ ଚାୱଲା ଏବଂ ୫ଟି ସଚିବ ଭିକେ ପାଣ୍ଡିୟାନ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe