କୋଟିଆରେ ପୁଣି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି: ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ

Advertisment
କୋଟିଆରେ ପୁଣି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି: ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ

କୋରାପୁଟ: କୋଟିଆରେ ପୁଣି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। କୋଟିଆ ପଞ୍ଚାୟତର ନେରେଡିବାଲାସାଠାରେ ଓଡ଼ିଶା ସରକାରଙ୍କ ତରଫରୁ ଘରେ ଘରେ ପାଣି ଯୋଗାଇବାର ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି। ଗାଁରେ ପାଣି ଟାଙ୍କି ସ୍ଥାପନା କରି ସେଥିରୁ ଘରକୁ ଜଳ ଯୋଗାଇ ବା ପାଇଁ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମର କିଛି ସରକାରୀ ଅଧିକାରୀ ଆସି ରାସ୍ତାଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି।

publive-image

ଏ ସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକିୟା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe