ତେଲେଙ୍ଗାନାରେ ଶ୍ରମିକ ମୃତ୍ୟୁ ଘଟଣା: ଦୁଇ ଦାଦନ ସର୍ଦ୍ଦାର ଗିରଫ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ବେଲପଡ଼ା: ତେଲେଙ୍ଗାନାରେ ବେଲପଡ଼ା ବ୍ଲକ୍ ବାଗଦୋର୍ ପଞ୍ଚାୟତ ବନମାଲ ଗାଁର ଶ୍ରମିକ ଶୁକଦେବ ପରାଭୁଏଙ୍କ ମୃତ୍ୟୁ ଘଟଣାରେ ଦୁଇ ଦାଦନ ସର୍ଦ୍ଦାରଙ୍କୁ ବେଲପଡ଼ା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଘନ ସା ଓ ମିଟୁ ସାହୁ। ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ବନମାଲ ଗାଁର ଶୁକଦେବ ପରିବାର ସହ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଶୁକଦେବ ଅସୁସ୍ଥ ହୋଇଥିଲେ। ମାଲିକ ଚିକିତ୍ସା କରାଇବାରେ ଅବହେଳା କରିବାରୁ ଗତ ୮ ତାରିଖ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ମାଲିକ ସେଠାରେ ଶବ ସତ୍କାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଶୁକଦେବଙ୍କ ପତ୍ନୀ ଉଷାଙ୍କ କାକୁତି ମିନତି ପରେ ମାଲିକ ଏକ ଆମ୍ବୁଲାନ୍ସ ଯୋଗେ ଶବ ଗାଁକୁ ପଠାଇ ଦେଇଥିଲେ। କିନ୍ତୁ, ଶୁକଦେବଙ୍କ ନାବାଳିକା ଝିଅକୁ ବନ୍ଧା ରଖିଥିଲେ। ବେଲପଡ଼ା ଥାନାରେ ଏ ବିଷୟରେ ଶୁକଦେବଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ପୁଲିସ ତନାଘନା କରିଥିଲା।

ପୁଲିସ ତଦନ୍ତରୁ ଜାଣି ପାରିଥିଲା ଯେ, ସେମାନଙ୍କୁ ଦାଦନ ପଠାଇଥିବା ଦୁଇ ସର୍ଦାର ଘନ ଓ ମିଟୁଙ୍କ କୌଣସି ଲାଇସେନ୍ସ ନାହିଁ। ଉଭୟେ ବେଆଇନ ଭାବେ ଶ୍ରମିକ ଚାଲାଣ କରୁଛନ୍ତି। ତେଣୁ ଉଭୟଙ୍କୁ ଥାନା କେସ୍‌ ନଂ ୪୦/୨୦୦୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe