ବିଦ୍ୟୁତ୍ ଖୁଣ୍ଟରୁ ଖସି ଶ୍ରମିକ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟରେ ଏକ ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାଞ୍ଚଳର ହେମନ୍ତ ଚାୱାନ (୩୫) ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଚଟିବରଘାଟ ଗ୍ରାମ ନିକଟରେ ମଙ୍ଗଳବାର ଏକ ନିର୍ମାଣାଧୀନ ରାଇସ୍‌ମିଲକୁ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲୁଥିଲା। ସେହି ସମୟରେ ବିଦ୍ୟୁତ୍‌ ଖୁଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକ ହେମନ୍ତ ହଠାତ୍‌ ତଳକୁ ଖସି ପଡ଼ି ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ତିଲେଇବଣି ଫାଣ୍ଡି ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ସଂପୃକ୍ତ ମିଲ ମାଲିକ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe