ଜଳ ଯୋଗାଣ ପ୍ରକଳ୍ପ କାମ ବେଳେ ମାଟି ଧସି ଶ୍ରମିକଙ୍କ ମୃତ୍ୟୁ

Advertisment
ଜଳ ଯୋଗାଣ ପ୍ରକଳ୍ପ କାମ ବେଳେ ମାଟି ଧସି ଶ୍ରମିକଙ୍କ ମୃତ୍ୟୁ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ କଦଳୀମୁଣ୍ଡା ଗାଁରେ ବୁଧବାର ପାନୀୟ ଜଳ ଯୋଗାଣ ପାଇଁ କୂଅ କାମ ଚାଲିଥିବା ସମୟରେ ଅଘଟଣ ଘଟିଛି। ମାଟି ଧସିଯିବାରୁ ପରେଶ ସାହୁ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ପରେଶ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁର୍ଲା ଗ୍ରାମର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଁରେ ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ କରାଯାଉଛି। ବୁଧବାର ଏହାର କୂଅ ତିଆରି ପାଇଁ ଚାରିପାଖରେ ଶ୍ରମିକମାନେ ପଥର ବନ୍ଧେଇ କାମ କରୁଥିଲେ। ହଠାତ୍‌ ଗୋଟିଏ ପଟର ମାଟି ଧସିଯିବାରୁ ଶ୍ରମିକ ପରେଶ ଚାପି ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ସମ୍ପର୍କରେ ପୁଲିସ ଥାନା କେସ ନଂ ୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe