ହାଇୱା ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପୋଡ଼ାଜଳା ଓ ରାସ୍ତା ଅବରୋଧ

Advertisment
ହାଇୱା ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପୋଡ଼ାଜଳା ଓ ରାସ୍ତା ଅବରୋଧ

ଡେରାବିଶ: କେନ୍ଦ୍ରାପଡ଼ା ସଦର ଥାନା ବସ୍ପୁର ବାଲିଘାଟରେ ହାଇୱା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବାଲିଘାଟରେ ଥିବା ବାଲି ମାଫିଆଙ୍କ ଅସ୍ଥାୟୀ ଘରକୁ ଜାଳିଦେଇଥିବା ଜଣାଯାଇଛି।

ସୂଚନାରୁ ପ୍ରକାଶ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ହାଇୱା ଗାଡ଼ି ଧକ୍କାରେ ଲକ୍ଷ୍ମଣ ମଲ୍ଲିକ(୪୭) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଡ଼ାଜଳା କରିବା ସହ ହାଇୱାକୁ ଭାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ତେବେ ଚାଳକ କୌଶଳକ୍ରମେ ଖସିଯାଇଥିଲା। ଖାଲି ସେତିକି ନୁହେଁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି କେନ୍ଦ୍ରାପଡ଼ା -ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତକଙ୍କର ଶବକୁ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe