ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରିଆମାଳ : ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ରୋହିତ ଲଛିକା (୨୪ ବର୍ଷ)ଙ୍କ ଛାତରୁ ପଡ଼ି ମୃତ୍ୟୁ ଘଟିଛି। ସେଠାରୁ ସାଥୀ ଶ୍ରମିକମାନେ ଶବ ନେଇ ଗାଁକୁ ଆସୁଥିବା ଜଣାଯାଇଛି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଳିପଶି ଗ୍ରାମର ଦେବାନନ୍ଦ ଲଛିକାଙ୍କ ଏକମାତ୍ର ପୁଅ ରୋହିତ ୬ ଦିନ ତଳେ ଗ୍ରାମର ୫ ଜଣ ଯୁବକଙ୍କ ସହ ମିଶି ଅନ୍ଧପ୍ରଦେଶର ହାଇଦ୍ରାବାଦ ସହରରୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ଘରୋଇ କନ୍‌ଷ୍ଟ୍ରକ୍‌ସନ ସଂସ୍ଥା ଦ୍ବାରା କୋଠା ନିର୍ମାଣରେ ନିୟୋଜିତ ଥିଲେ। ବୁଧବାର କୋଠା ନିର୍ମାଣ ବେଳେ ଛାତରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁବାର ନିକଟସ୍ଥ ଡାକ୍ତରଖାନାରେ ଶବ ବ୍ୟବଛେଦ କରି ସାଥୀ ଯୁବକମାନେ ଘରକୁ ଆଣୁଥିବା ଜଣାପଡିଛି। ଏକମାତ୍ର ରୋଜଗାରିଆ ପୁତ୍ରର ଦେହାନ୍ତ ଖବର ଶୁଣି ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

ସୂଚନା ଥାଉ କି, ଆନ୍ଧପ୍ରଦେଶ ରାଜ୍ୟର ହାଇଦ୍ରବାଦ ଅଂଚଳକୁ ୪ ମାସ ତଳେ ଦାଦନ ଖଟିବାକୁ ଯାଇଥିବା ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ନାତ୍ରିପାଳ ଗ୍ରାମର ସୁରେଶ ପ୍ରଧାନ(୨୫) ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe