image source: India today
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। କାରଖାନାରେ କାମ କରୁଥିବା ସମୟରେ ମେସିନରେ ଚାପି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କଳିଙ୍ଗ ଝୋଟ କାରଖାନାରେ କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଅଞ୍ଚଳରେ ପ୍ରଶାନ୍ତ ରାଉତ ପ୍ରତିଦିନ ଭଳି ଆଜି ସକାଳେ ବି କାମ କରୁଥିଲେ। କାମ କରୁଥିବା ସମୟରେ ହଠାତ୍ ପ୍ରଶାନ୍ତ ପିନ୍ଧିଥିବା ଶାର୍ଟଟି ମେସିନରେ ଲାଗି ଯାଇଥିଲା। ମେସିନ୍ ସାର୍ଟ ସହିତ ପ୍ରଶାନ୍ତଙ୍କୁ ଟାଣି ନେଇଥିଲା। ଏହା ଫଳରେ ସେ ମେସିନରେ ଚାପି ହୋଇଯାଇଥିଲେ। ଏହି ଘଟଣା ଦେଖି କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us