ଆରଏସପି ବ୍ଲାଷ୍ଟଫର୍ଣ୍ଣେସରେ ଦୁର୍ଘଟଣା: କନଭେୟାର ବେଲ୍ଟରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

Advertisment
ଆରଏସପି ବ୍ଲାଷ୍ଟଫର୍ଣ୍ଣେସରେ ଦୁର୍ଘଟଣା: କନଭେୟାର ବେଲ୍ଟରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା : ସୁରକ୍ଷା ବ୍ୟବସ୍ଥା ଅବହେଳାରୁ ବାରମ୍ବାର ରାଉରକେଲା ଇସ୍ପାତ କାରଖାନା (ଆରଏସପି )ରେ ଦୁର୍ଘଟଣା ଘଟୁଛି। ଆଜି ସକାଳୁ ବ୍ଲାଷ୍ଟ ଫର୍ନେସ - ୧ କନଭେୟାର ବେଲ୍ଟରେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘାନସିରା ମୁଣ୍ଡାରୀ (୨୫)। ସାରନଗରୀ ତାରାପୁର ବସ୍ତିରେ ତାଙ୍କ ଘର।

ସେ ତାରିଣୀ ଦୋରା ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ପ୍ରତିଦିନ ପରି ଆଜି ଏ ସିଫଟରେ କାମ କରିବାକୁ ଆସିଥିଲେ। ଅନ୍ୟମାନଙ୍କ ସହ କନଭେୟାର ବେଲ୍ଟରେ ବେଲଚା ମାରୁଥିଲେ। ବେଲ୍ଟ ଟାଣି ଦେବାରୁ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ଆଇଜିଏଚ ମର୍ଗ ହାଉସରେ ରଖାଯାଇଛି।  ଏହି ଦୁର୍ଘଟଣାକୁ ନେଇ ଶ୍ରମକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଆରଏସପିରେ ସ୍ଥାୟୀ ଚାକିରି ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe