ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ବର୍ଥରେ ଲାଗିଥିବା ଜାହାଜରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ ଦୁଇଦିନ ତଳେ ରାତି ଡିଉଟିରେ ଯାଇଥିବା ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ ଏସ୍କାଭେଟର ବା ଲୋଡ଼ରରେ ଜାହାଜର ହାଚ ଭିତରେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜି ସକାଳୁ ୩୦ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଉଛି। ମୃତ ଶ୍ରମିକ ବଡ଼ମ୍ବା-ନରସିଂହପୁର ଅଞ୍ଚଳର ବିଭୂତି ବାରିକ। ମାଲ ଅନଲୋଡ ପରେ ସଫା ଚାଲିଥିବା ବେଳେ ସେ ଜାହାଜରେ ରହି ଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ଏସକ୍ୟୁ ବର୍ଥରେ ଲାଗିଥିବା ଜାହାଜ ଏମଭି ଉଲ୍ଲାଶୋଇରେ ଲାଗିଥିବା ଏସ୍କାଭେଟରରେ କାମ କରୁଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ହେଲା , ତାଙ୍କ ଜାଗାରେ ତାଙ୍କ ରିଲିଭର ଯାଇ ସେଠାରେ କାର୍ଯ୍ୟ କରୁଥିବା ବେଳେ କିଭଳି ବିଭୂତିଙ୍କୁ ଦେଖି ପାରିଲେ ନାହିଁ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe