ବାଲି ମାଫିଆଙ୍କ ନୃଶଂସ କାଣ୍ତ: ଟ୍ରାକ୍ଟର ଚଢ଼ାଇ ଶ୍ରମିକଙ୍କୁ ମାରିଦେଲେ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ବାଲିଘାଟରେ ବାଲି ମାଫିଆମାନଙ୍କର ଦୌରାତ୍ମ୍ୟ ବଢି ଚାଲିଛି। ବିଭିନ୍ନ ସ୍ତରରୁ ପ୍ରୋତ୍ସାହନ ପାଇବା ଫଳରେ ସେମାନେ ହତ୍ୟାକାଣ୍ତ ଘଟାଇବା ପାଇଁ ମଧ୍ୟ ପଛାଉନାହାନ୍ତି। ତାର ଏକ ଭୟଙ୍କର ଦୃଷ୍ଟାନ୍ତ ଗତ ଗୁରୁବାର ସଂଧ୍ୟାରେ ଦେଖିବାକୁ ମିଳିଛି। ଚୋରା ବାଲି ପରିବହନ କରୁଥିବା ଏକ ଟ୍ରାକ୍ଟରରେ କାମ କରୁଥିବା ଜଣେ ଶ୍ରମିକ ନିଜ ବକେୟା ଟଙ୍କା ମାଗିବାରୁ ବାଲି ମାଫିଆମାନେ ତାଙ୍କ ବାପା ଓ ଭାଇଙ୍କ ସମ୍ମୁଖରେ ଟ୍ରାକ୍ଟର ଚଢାଇ ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗେଙ୍ଗୁଟିଆ ଗାଁର ଅଜୟ କୁମାର ରାଉତ(୩୫) ବାଲିଘାଟରୁ ବାଲି ପରିବହନ କରୁଥିବା ଏକ ଟ୍ରକ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସଂଧ୍ୟାରେ ସେ ବାଲିଘାଟକୁ ଯାଇ ନିଜର ବକେୟା ଟଙ୍କା ମାଗିଥିଲେ। ସେଠାରେ ଚୋରାଚାଲାଣକାରୀ ବାଲିମାଫିଆମାନଙ୍କ ସହ ଅଜୟଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା କରିଥିଲେ। ଗଣ୍ତଗୋଳ ଖବର ପାଇ ଅଜୟଙ୍କ ଭାଇ ଓ ବାପା ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ସାମ୍ନାରେ ଅଜୟଙ୍କୁ ମାଫିଆମାନେ ଟ୍ରାକ୍ଟର ଚଢାଇ ଦେଇଥିବା ବେଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ତାଙ୍କ ବାପା ଓ ଭାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଚିକିତ୍ସାଳୟରେ ଅଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୁଲିସ୍‌ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ଘଟଣା ସଂପର୍କରେ ମୃତ ଅଜୟଙ୍କ ବଡ଼ଭାଇ ଅଖିଳ କୁମାର ରାଉତଙ୍କୁ ପଚାରିବାରୁ ସେ କହିଲେ, ବକେୟା ଟଙ୍କାକୁ ନେଇ ବାଲି ମାଫିଆଙ୍କ ସହ ଅଜୟଙ୍କର ବଚସା ହେଉଥିବା ଶୁଣି ସେ ବାଲିଘାଟରେ ପହଞ୍ଚିଥିଲେ। ସେତେବେଳକୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତତର୍କ ଚାଲିଥିଲା। ତାଙ୍କ ଆଖି ଆଗରେ ଅଜୟଙ୍କ ଉପରେ ବାଲି ମାଫିଆମାନେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ସେତେବେଳେ ଅଜୟ ବଞ୍ଚିଥିବାରୁ ସେ ଏବଂ ତାଙ୍କ ବାପା ସେଠାରୁ ତାଙ୍କୁ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସେ କହିଛନ୍ତି। ଏ ସଂପର୍କରେ ସଦର ଥାନା ଅଧିକାରୀ ଅଭିନବ ଡାଳୁଆଙ୍କୁ ପଚାରିବାରୁ ସେ କହିଲେ, ମୃତକଙ୍କ ଭାଇ ଅଖିଳଙ୍କ ଅଭିଯୋଗ କ୍ରମେ ୪୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe