ପୁଣି ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଶ୍ରମିକ ଗୁରୁତର ଆହତ

ପୁଣି ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଶ୍ରମିକ ଗୁରୁତର ଆହତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଏବେ ନିତିଦିନିଆ ଘଟଣା ହେଲାଣି। କାରଖାନା ପରିସରରେ ଆଜି ପୁଣି ଏକ ଦୁର୍ଘଟଣା ସିପିପି-୧ ରେ ଘଟିଛି। ବେହୁରିଆ ଏଣ୍ଟରପ୍ରାଇଜେସ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ଶ୍ରମିକ ସହଦେଵ ବେହେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆଇଜିଏଚ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଏଯାଏଁ କାରଖାନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, କାରଖାନାର କୋଲ କେମିକାଲ ବିଭାଗ(ସିସିଡି)ରେ ଗତ ଜାନୁଆରୀ ୬ ତାରିଖରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୪ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ଷ୍ଟିଲ ମେଲଟିଂ ସପ-୨(ଏସ ଏମ ଏସ-୨)ର କନଭର୍ଟର କଣ୍ଟ୍ରୋଲ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ବହୁ ମୂଲ୍ୟବାନ ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହାଦ୍ୱାରା ଉତ୍ପାଦନରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe