The Fact News
ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ ଏକ ବନ୍ଦ କୋଠରୀରୁ ମୁନିରାମ (୪୫) ନାମକ ଜଣେ ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ପହଂଚି ଅନୁସନ୍ଧାନ କରିଥିବା ବେଳେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି।
ଛତିଶଗଡ଼ ବିଳାସପୁର ଅଂଚଳର ମୁନିରାମ ଏଠାରେ ଇଟା ଗଢ଼ିବା ପାଇଁ ଆସି ସିଂହପାଲି ଗ୍ରାମର ଗୁଣ୍ଡୁ ଭୁଏଙ୍କ ଘରେ ଭଡ଼ାରେ ରହୁଥିଲେ। ପୂର୍ବରୁ ତାଙ୍କ ପରିବାର ଏଠାରେ ରହୁଥିବା ବେଳେ ଏବେ ସେ ଏକା ରହୁଥିଲେ। ୫ ଦିନ ହେଲା ତାଙ୍କ ଘର ବାହାର ପଟୁ ତାଲା ଦିଆଯାଇଥିଲା। ତେବେ ବୁଧବାର ପ୍ରବଳ ଗନ୍ଧ ହେବାରୁ ପଡ଼ୋଶୀ ତାଲା ଫିଟାଇ ଦେଖିଲା ବେଳକୁ ତାଙ୍କ ମୃତ ଶରୀର ଫୁଲି ପୋକ ସାଲୁବାଲୁ ହୋଇଯାଇଥିଲା। ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଆଜି ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଦୁଇ ସୁରକ୍ଷା କର୍ମୀଙ୍କୁ ଜଗାଇ ଅନୁସନ୍ଧାନ ଜାରି ରଖିଛି।
Follow Us