ବର୍ଷେ ବିତିଗଲା, ମିଳିନି ମନ୍‌ରେଗା କାମର ମଜୁରି!

Advertisment
ବର୍ଷେ ବିତିଗଲା, ମିଳିନି ମନ୍‌ରେଗା କାମର ମଜୁରି!

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ଯୋରାଡବରା ପଞ୍ଚାୟତର ଶିଶାଖାଲ ଓ କାର୍ଣ୍ଣିଖୁଣ୍ଟି ଗ୍ରାମରେ ଶ୍ରମିକମାନେ ମନ୍‌ରେଗା ଯୋଜନାରେ କାମ କରିବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମଜୁରି ପାଇନଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନେ ଇନ୍ଦିରାକାନ ଠାରେ ଟି.ସି.ବି କାମ କରିଥିଲେ। ଗୁରୁବାର ଦିନ ସ୍ଥାନୀୟ ଯୁବନେତା ଶୁଭ୍ରାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଶ୍ରମିକମାନେ ଯୋରାଡବରା ପଞ୍ଚାୟତଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁଙ୍କ ମାଧ୍ୟମରେ ବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଯଦି ଆଗାମୀ ୧୫ ଦିନ ମଧ୍ୟରେ ମଜୁରି ନ ମିଳେ ତେବେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ କ୍ଷୀରାବ୍ଧି ସାହୁ, ଉତ୍ତମ ସାହୁ, ଅଭିରାମ ସାହୁ, ପିତାମ୍ବର ସାହୁ, ସୁରେନ୍ଦ୍ର ଚନ୍ଦନ, ପବିତ୍ର ସାହୁ, ମହେନ୍ଦ୍ର ଭୋଇ, ଗଜିନ୍ଦ୍ର ସାହୁ, ହୃଦାନନ୍ଦ ସାହୁ, କରୁଣା ସାହୁ, ଗୁର ସାହୁ, ଚୁମନ ସାହୁ, କେତକି ଗହୀର, ଭରତ ଚନ୍ଦନ, ଗଜାନନ ମାଝୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe