Singham News mp-cg
ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ପୁଣି ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦରେ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଗଙ୍ଗୁ କେଉଟ(୩୨)ଙ୍କୁ ଉଦ୍ଧାର ପାଇଁ ସ୍ତ୍ରୀ ଲକ୍ଷ୍ମୀବାଇ କେଉଟ ଧରମବନ୍ଧା ଥାନା ଓ ନୂଆପଡ଼ା ଏସପିଙ୍କଠାରେ ଲଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଧରମବନ୍ଧା ଗ୍ରାମର ନୂତନ ରାଉତ, ଢଲଙ୍ଗ ରାଉତ ଓ କାର୍ତ୍ତିକ ମାଝୀ ଏହି ୩ ଜଣ ଗଙ୍ଗୁ କେଉଟଙ୍କୁ ଇଟା ଗଢ଼ିବା ପାଇଁ ହାଇଦ୍ରାବାଦା କିସରାସ୍ଥିତ ବବଲୁ ମରାଠୀଙ୍କ ଇଟାଭାଟିକୁ ନେଇ ଯାଇଥିଲେ। କିଛି ଦିନ କାମ କରିବା ପରେ ଗଙ୍ଗୁ କେଉଟଙ୍କୁ ଛାଡ଼ି ସେମାନେ ଘରକୁ ଚାଲି ଆସିଥିଲେ।
ଖବର ପାଇ ଲକ୍ଷ୍ମୀବାଇ ନୂତନ ରାଉତ ଘରକୁ ଯାଇ ସ୍ବାମୀଙ୍କ ବିଷୟରେ ପଚାରିଥିଲେ। ହେଲେ ନୂତନ ରାଉତ କହିଥିଲେ,ଗଙ୍ଗୁଙ୍କୁ ଇଟାଭାଟି ମାଲିକ ଅଟକ ରଖିଛି। ଏହାପରେ ଲକ୍ଷ୍ମୀବାଇ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ଫୋନ ନମ୍ବରରେ କଲ୍ କରିଥିଲେ। ଜବାବରେ ଇଟାଭାଟି ମାଲିକ କହିଥିଲେ, ‘ମୋ ଶ୍ରମିକମାନଙ୍କୁ ଆଣିଦିଅ, ତା’ପରେ ଗଙ୍ଗୁ କେଉଟକୁ ଛାଡ଼ିଦେବି।’ ଇଟାଭାଟି ମାଲିକ ତାଙ୍କ ସ୍ବାମୀଙ୍କୁ ଜବରଦସ୍ତି ଅଟକ ରଖି ତାଙ୍କ ଉପରେ ଜୁଲୁମ କରୁଥିବା ଲକ୍ଷ୍ମୀବାଇ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ ମୁକୁଳାଇ ଆଣିବାକୁ ନିବେଦନ କରିଛନ୍ତି।
Follow Us