ବାଲେଶ୍ବର ଆଲଏଜ୍‌ର ଅଚଳାବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଧାରଣା

Advertisment
ବାଲେଶ୍ବର ଆଲଏଜ୍‌ର ଅଚଳାବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଧାରଣା

ବାଲେଶ୍ବର/ ରେମୁଣା : ୫ ଦଫା ଦାବି ନେଇ ବାଲେଶ୍ବର ଆଲଏଜର ଶତାଧିକ ଶ୍ରମିକ, ଠିକାଦାର ଏବଂ କର୍ମଚାରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ଗୁଡ଼ିକ ମଧ୍ୟରେ ସରକାର ହସ୍ତକ୍ଷେପ କରି ବାଲେଶ୍ୱର ଆଲଏଜ୍‌କୁ ତୁରନ୍ତ ବିଜୁଳି ସଂଯୋଗ କରି ଚାଲୁ କରିବା, ଦରମାରୁ କଟାଯାଉଥିବା ଜୀବନ ବିମା, ଇପିଏଫ, ଇଏସ୍ଆଇ ରାଶିକୁ ସଂପୃକ୍ତ କର୍ତ୍ତୁପକ୍ଷଙ୍କ ପାଖରେ ଜମା ଦେବା, ୮ ମାସର ବକେୟା ଦରମା ଆଦି ଦାବି ନେଇ ସଂଘ ଧାରଣା ଦେବା ସହ ଦୃଢ଼ ପ୍ରତିବାଦ ଜଣାଇଛି।

publive-image

ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ନଭେମ୍ବର ୨୪ ତାରିଖରେ ଜାତୀୟ ରାଜପଥ ୧୬କୁ ଦୀର୍ଘ ସମୟ ଧରି ଅବରୋଧ ଯୋଗୁଁ ଜିଲ୍ଲାପାଳ ହସ୍ତକ୍ଷେପ କରିଥିଲେ। ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ବାଲେଶ୍ବର ଆଲଏଜ କର୍ତ୍ତୃପକ୍ଷ ଓ ବାଲେଶ୍ବର ଆଲଏଜର ୫ଟି ଶ୍ରମିକ ସଂଗଠନ ସହ ଆଲୋଚନା କରାଯାଇ କାରଖାନାକୁ ଡିସେମ୍ବର ତୃତୀୟ ସପ୍ତାହରେ ଖୋଲାଯିବା ଏବଂ ବକେୟା ଦରମା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପ୍ରତିଶ୍ରୁତିକୁ ମାସେ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦୀର୍ଘ ୮ମାସ ଧରି କାରଖାନାର ଉତ୍ପାଦନ ବନ୍ଦ ଯୋଗୁଁ ସିଧାସଳଖ କାମ କରୁଥିବା ୨୫ଶହ ଶ୍ରମିକ ତଥା ବାଲେଶ୍ବର ଜିଲ୍ଲାର ୩୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉତ୍ପାଦନକ୍ଷମ ଭବିଷ୍ୟତ ଆଜି ଅନିଶ୍ଚିତତା ଭିତରେ ଗତି କରୁଛି। କୋଭିଡ୍‌ ମହାମାରୀ ସମୟରେ ବାଲେଶ୍ବର ଆଲଏଜ କାରଖାନା ବନ୍ଦ ହେବା ଫଳରେ ହଜାରହଜାର ଶ୍ରମିକ ପରିବାର ଏବେ ଦୁର୍ଦିନରେ ରହିଛନ୍ତି। ତେଣୁ ଦାବି ଗୁଡ଼ିକ ଯଥାଶୀଘ୍ର ପୂରଣ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe