ମଜୁରି ନମିଳିବାରୁ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ

ମଜୁରି ନମିଳିବାରୁ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ

ଯୋଡ଼ା: ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ରିମୁଳିଠାରୁ ଗୁଆଲି ପର୍ଯ୍ୟନ୍ତ ସଫେଇ କାମ କରୁଥିବା ଶ୍ରମିକଙ୍କୁ ନିର୍ଦ୍ଧାରିତ ମଜୁରି ନମିଳିବାରୁ ସେମାନେ ଗତକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ୫୨୦ ନମ୍ବର ଜାତୀୟ ରାଜପଥର ରିମୁଳିଠାରୁ ଗୁଆଲି ପର୍ଯ୍ୟନ୍ତ ରାସ୍ତା ସଫେଇ କାମରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରାୟ ୮୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଶ୍ରମିକମାନେ ଜାନୁଆରି ମାସରୁ କାମ ଆରମ୍ଭ କରିଛନ୍ତି। କାମ କରିବା ପୂର୍ବରୁ ଯେଉଁ ମଜୁରି ଧାର୍ଯ୍ୟ କରାଯାଇଥିଲା ତାହା ଦିଆଯାଉ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ସଫେଇ କାମରେ ନିୟୋଜିତ ହୋଇଥିବା ବୀଣା ମହାକୁଡ଼, ସରସ୍ୱତୀ ସର୍ଦ୍ଦାର, ମିତା ସର୍ଦ୍ଦାର, ଶିବାନୀ ମୁଣ୍ଡା ପ୍ରମୁଖ ଆଭିଯୋଗ କହିଛନ୍ତି, ସେମାନଙ୍କୁ ଦୈନିକ ୩୦୦ ଟଙ୍କା ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ବର୍ତ୍ତମାନ ସେମାନଙ୍କୁ ୨୭୦ ଟଙ୍କା ମଜୁରି ଦିଆଯାଉଛି। ଏହାକୁ ନେଇ ଶ୍ରମିକମାନେ ଅସନ୍ତୋଷ  ପ୍ରକାଶ କରିବା ସହ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ କାମ ନକଲେ ବାହାରୁ ଶ୍ରମିକ ଅଣାଯାଇ କାମ କରାଯିବ ବୋଲି ଏନ୍‌ଏଚ୍‌ଏଆଇ ଅଧିକାରୀମାନେ କହୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇର ସୁପରଭାଇଜର ଅରବିନ୍ଦ କୁମାର କହିଛନ୍ତି, ବିଭାଗ ପକ୍ଷରୁ ଅନୁମୋଦନ ମିଳି ନଥିବାରୁ ନିର୍ଦ୍ଧାରିତ ମଜୁରି ଦିଆଯାଇ ପାରିନାହିଁ। ଫେବ୍ରୁଆରି ମାସରୁ ଶ୍ରମିକଙ୍କୁ ୩୦୦ଟଙ୍କା ଲେଖାଏଁ ମଜୁରି ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe