ଅଜଣା ଟ୍ରକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

Advertisment
ଅଜଣା ଟ୍ରକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

କେନ୍ଦୁଝର : କେନ୍ଦୁଝର ସଦର ଥାନା ତଳକଇଁସାରୀ ନିକଟରେ ଗୁୁରୁବାର ସଂଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାରେ ଶହ ଶହ ଟ୍ରକ ଅଟକି ରହିଥିଲା।

ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଖଣିଜ ପଥର ଲୋଡିଂ କରି ଶହ ଶହ ଟ୍ରକ ଯାଆସ କରୁଛି। କଣ୍ଟାକୋଳି ଗ୍ରାମର ଜଣେ ଶ୍ରମିକ ଜୟନ୍ତ ପଲେଇ (୩୫) ଖଣିରୁ କାମ ସାରି ବାଇକରେ ଆସୁଥିଲେ । ତେବେ ଏକ ଅଜଣା ଟ୍ରକ ତଳକଇଁସାରୀ ମୁଣ୍ଡାସାହି ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁକୁ ନେଇ ଖଣି ଅଞ୍ଚଳ ଅଶାନ୍ତ ହୋଇପଡିଛି । ଜୟନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଇଚିଣ୍ଡା, ଅଞ୍ଜର, କଣ୍ଟାକୋଳି ଅଞ୍ଚଳର ଲୋକ କ୍ଷତିପୂରଣ ଦାବିରେ ଖଣି ରାସ୍ତାରେ ଗଛ ପକାଇ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ଓଏମ୍‌ସିରେ ଖଣିଜ ପରିବହନ ବନ୍ଦ ଥିବାରୁ ୧ ହଜାରରୁ ଅଧିକ ଟ୍ରକ ରାସ୍ତାରେ ଅଟକି ରହିଛି । ଖଣିଜ ପରିବହନ ପାଇଁ ଓଏମ୍‌ସିର ନିଜସ୍ୱ ରାସ୍ତା ନଥିବାରୁ ଗ୍ରାମ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ଟ୍ରକ ଦୁର୍ଘଟଣାରେ ଅନେକ ସମୟରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି ଏବଂ ଆହତ ମଧ୍ୟ ହେଉଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe