ଲୋକଙ୍କ ଜୀବନଧାରଣମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ: ମୁଖ୍ୟ ଶାସନ ସଚିବ

ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧିତ କର୍ମଶାଳା

ଲୋକଙ୍କ ଜୀବନଧାରଣମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ୨୦୨୧-୨୨ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ମାନକ-୪.୦ ବିଷୟରେ ଆଜି ଓଡ଼ିଶା ସରକାର ଏବଂ ନୀତି ଆୟୋଗଙ୍କ ମଧ୍ୟରେ ଏକ ଦିନିକିଆ ମିଳିତ କର୍ମଶାଳା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଖାରବେଳ ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଲୋକମାନଙ୍କ ଜୀବନଧାରଣମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଅଙ୍ଗୀକାରବଦ୍ଧ। ଏଥି ପାଇଁ ରାଜ୍ୟ ମଧ୍ୟ କେତେକ ସ୍ୱତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି।

publive-image

କେନ୍ଦ୍ର ସରକାରଙ୍କ ଯୋଜନା, କେନ୍ଦ୍ର-ରାଜ୍ୟ ମିଳିତ ଯୋଜନା ଓ ରାଜ୍ୟର ନିଜସ୍ୱ ପାଣ୍ଠିରୁ ସ୍ୱତନ୍ତ୍ର ଯୋଜନା ସବୁକୁ ୨୦୩୦-କାର୍ଯ୍ୟସୂଚୀ ଏବଂ ଏସ୍‌ଡିଜି ଅଭିମୁଖୀ କରାଯାଇଛି। ତେଣୁ ଏସ୍‌ଡିଜି ରାଙ୍କିଙ୍ଗ୍‌ କଲାବେଳେ ଏସମସ୍ତ ଯୋଜନାରୁ ଉପଲବ୍ଧ ଫଳାଫଳ ଗୁଡ଼ିକୁ ବିଚାର କରାଯିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କରିଥିଲେ ଯେ, ୨୦୩୦ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟକଥା। ତେଣୁ କେବଳ ନିର୍ଦ୍ଦିଷ୍ଟ କେତୋଯି କେନ୍ଦ୍ରୀୟ ଯେଜନାର ଫଳାଫଳକୁ ବିଚାର ନ କରି ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର କ୍ଷେତ୍ରସ୍ତରୀୟ ସାମଗ୍ରିକ ଫଳକୁ ବିଚାର କରିବା ଦରକାର। ତାହାହେଲେ ଏସ୍‌ଡିଜି ରାଙ୍କିଙ୍ଗ୍‌ ବାସ୍ତବତାଭିତ୍ତିକ ହେବ।

କର୍ମଶାଳାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ନୀତି ଆୟୋଗର ଉପଦେଷ୍ଟା ସଂଯୁକ୍ତ ସମାଦ୍ଦାର, ଏସ୍‌ଡିଜି ଅଧିକାରୀ ସୌମ୍ୟ ଗୁହା, କୃଷି ଉତ୍ପାଦନ କମିସନର ସଂଜୀବ ଚୋପ୍ରାଙ୍କ ସମିତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ଶାସନ ସଚିବମାନେ ନିଜ ନିଜ ବିଭାଗ ସମ୍ବନ୍ଧିତ ଆଲୋଚନାରେ ନିଜ ନିଜର ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe