‘ଦୁର୍ଘଟଣା ପ୍ରଶମନ ଖସଡ଼ା ପ୍ରସ୍ତୁତି’ ଆଲୋଚନାଚକ୍ର: କାରଖାନାରେ ସୁରକ୍ଷା ନିୟମ କଡାକଡି ଉପରେ ଗୁରୁତ୍ବ

‘ଦୁର୍ଘଟଣା ପ୍ରଶମନ ଖସଡ଼ା ପ୍ରସ୍ତୁତି’ ଆଲୋଚନାଚକ୍ର: କାରଖାନାରେ ସୁରକ୍ଷା ନିୟମ କଡାକଡି ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର କାରଖାନା ଓ ବାଷ୍ପିତ୍ର ନିର୍ଦେଶାଳୟ ପକ୍ଷରୁ ‘ଦୁର୍ଘଟଣା ପ୍ରଶମନ ନିମିତ୍ତ ଖସଡ଼ା ପ୍ରସ୍ତୁତି’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ସାହୁ କାରଖାନାଗୁଡ଼ିକରେ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ। କାରଖାନା ପରିଚାଳକମାନେ ଶ୍ରମିକମାନଙ୍କୁ ସୁରକ୍ଷା ସରଞ୍ଜାମ ଓ ଉପଯୁକ୍ତ ତାଲିମ ପ୍ରଦାନ କରନ୍ତୁ। ପ୍ରତ୍ୟେକ କାରଖାନା ‘ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ’ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।

ବିଭାଗୀୟ ସଚିବ ସନ୍ଥଗୋପାଳନ.ଆର କହିଥିଲେ, କାରଖାନା ମାଲିକମାନେ ନିଜ କାରଖାନାରେ ସୁରକ୍ଷା ନିୟମକୁ ଅନୁପାଳନ କରନ୍ତୁ। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଶ୍ରମିକ ପରିବାରକୁ ତ୍ବରିତ ଉପଯୁକ୍ତ ଅନୁକମ୍ପା ସହାୟତା ପ୍ରଦାନ ସହିତ ଅଧିକାରୀମାନେ ନିୟମିତ ବ୍ୟବଧାନରେ କାରଖାନା ନିରୀକ୍ଷଣ କରିବା, ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ କରିବା ଉପରେ ଗୁରୁତ୍ବ ଦିଅନ୍ତୁ। କାରଖାନା ଓ ବାଷ୍ପିତ୍ର ନିର୍ଦେଶକ ଏନ୍‌.ଥିରୁମାଲା ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ଆଞ୍ଚଳିକସ୍ତରରେ ପ୍ରତିମାସରେ ସୁରକ୍ଷା ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିବା ଲାଗି ନିର୍ଦେଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମଳୟ କୁମାର ପ୍ରଧାନ, କାରଖାନା ଓ ବାଷ୍ପିତ୍ର ଉପ-ନିର୍ଦେଶକ(ସୁରକ୍ଷା) ସ୍ବାଗତ ଭାଷଣ ଦେଇଥିବା ବେଳେ ସହ-ନିର୍ଦେଶକ ଅନିଲ ନନ୍ଦ ଧନ୍ୟବାଦ ଦେଇଥିଲେ। ଚିତ୍ତରଂଜନ ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ କଳକାରଖାନାଗୁଡ଼ିକର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe