ଭୂଜଳବାହୀ ସ୍ତରର ମାନଚିତ୍ର ଓ ପରିଚାଳନା ସଂପର୍କିତ ଆଲୋଚନାଚକ୍ର

Advertisment
ଭୂଜଳବାହୀ ସ୍ତରର ମାନଚିତ୍ର ଓ ପରିଚାଳନା ସଂପର୍କିତ ଆଲୋଚନାଚକ୍ର

ଚଣ୍ତିଖୋଲ/ବଡ଼ଚଣା : ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଭୁବନେଶ୍ବର ଖଣ୍ତଗିରି ସ୍ଥିତ ଦକ୍ଷିଣ ପୂର୍ବ କ୍ଷେତ୍ର ଭୂଜଳ ଭବନ ଆନୁକୂଲ୍ୟରେ ଭୂଜଳବାହୀ ସ୍ତରର ମାନଚିତ୍ର ଓ ପରିଚାଳନା ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ସୁମିତା ସରକାର ଯୋଗଦେଇ ବର୍ଷାଜଳ ଅମଳ ଏବଂ ଭୂତଳ ଜଳର କୃତ୍ରିମ ବୃଦ୍ଧି ଉପରେ ଆଲୋଚନା କରି ଏହାର ଭବିଷ୍ୟତ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଖଣ୍ତପଡ଼ା ବ୍ଲକ୍ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର(ସାନୁ), ସୁଙ୍ଗୁଡ଼ା ସରପ‌ଞ୍ଚ ଚାଚାଲିନ ସ୍ବାଇଁ, ବୈଜ୍ଞାନିକ ପୂର୍ବା ବେରା, ବରିଷ୍ଠ ସର୍ବେକ୍ଷକ ପ୍ରିୟବ୍ରତ ଦାଶ, ଦେବାଶିଷ ମିଶ୍ର, ସଚ୍ଚିଦାନନ୍ଦ ପୃଷ୍ଟି ଓ ସାମ୍ବାଦିକ ମହେଶ୍ବର ବଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବିଭାଗୀୟ ବୈଜ୍ଞାନିକ ସଞ୍ଜୟ କୁମାର ନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ଯେଉଁଠାରେ ଭୂପୃଷ୍ଠ ଜଳ ଉପଲବ୍ଧ ତାହା ଭୂଜଳ ବୃଦ୍ଧିରେ ସହାୟକ ହୋଇଥାଏ। ଆମର ଚାହିଦା ମେଣ୍ଟାଇବା ପାଇଁ ଭୂପୃଷ୍ଠ ଜଳ ଯଥେଷ୍ଟ ନୁହେଁ। ତେଣୁ ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡ଼ିଥାଏ ବୋଲି କହିଥିଲେ। ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବୈଜ୍ଞାନିକ ଶ୍ରୀନିବାସ ରାଓ ଅତିଥି ପରିଚୟ ଓ ସୂଚନା ପ୍ରଦାନ କରିଥିଲେ। ବିର‌ଞ୍ଚି ନାରାୟଣ ଦେହୁରୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe