Advertisment

Odia Wikipedia: ପୁରୀରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଅନୁଷ୍ଠିତ

Advertisment

ପୁରୀସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଏକ କ୍ଷୁଦ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଆ ଉଇକିପିଡ଼ିଆରେ

ପୁରୀସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଏକ କ୍ଷୁଦ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଆ ଉଇକିପିଡ଼ିଆରେ

WhatsApp Image 2026-03-06 at 22.44.53

ପୁରୀ: ପୁରୀସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଏକ କ୍ଷୁଦ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଆ ଉଇକିପିଡ଼ିଆରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଉଇକିଆଳି ଅଲିଭା ସାହୁ ସଂଚାଳନା କରିଥିଲେ ଏବଂ ଉଇକିପିଡ଼ିଆ ସମୁଦାୟ ବିଷୟରେ ସମ୍ୟକ ସୂଚନା ପ୍ରଦନା କରିଥିଲେ। ଅନ୍ୟତମ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ଏବଂ ଉଇକିପିଡ଼ିଆ ତଥା ଉଇକିମିଡିଆ ସମୁଦାୟର ବିଭିନ୍ନ ପ୍ରକଳ୍ପରେ କିପରି ଭାବରେ ଯୋଗ ଦେଇହେବ ତଥା ସମ୍ପାଦନା କରିହେବ, ସେ ବାବଦରେ ପ୍ରଶିକ୍ଷଣ ଦେଇଥିଲେ।

ସମାଜସେବୀ ଅଭିଷେକ ଶ୍ରୀଚନ୍ଦନ ଏବଂ ମହାବିଦ୍ୟାଳୟର ଛାତ୍ର ତନ୍ମୟ କୁମାରଙ୍କ ସହଯୋଗରେ ଏହି କର୍ମଶାଳାରେ ମହାବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସୂଚନା ଥାଉକି, ଉଇକିପିଡ଼ିଆର ୨୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ମେଳଣ ଓ କର୍ମଶାଳାମାନ ଆୟୋଜନ କରାଯାଉଛି। ପୂର୍ବରୁ, ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲା ମହୋତ୍ସବ ସମୟରେ ଏକ ପ୍ରଦର୍ଶନ ତଥା ଜନ୍ମଦିନ ପାଳନ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe